Categories: ଜାତୀୟ

ଲଦାଖ: ଭାରତ-ଚାଇନା ସୀମାରେ ପହଞ୍ଚିଲେ ଅନୁରାଗ ଠାକୁର, ବଢ଼ାଇଲେ ଯବାନଙ୍କ ମନୋବଳ

ନୂଆଦିଲ୍ଲୀ,୧୩।୭: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଲଦାଖ ଗସ୍ତ କରି ଆଇଟିବିପି ଯବାନଙ୍କୁ ଭେଟିଛନ୍ତି। ବୁଧବାର ରାତିରେ ସେ ଲେହରେ ଭାରତ-ଚାଇନା ସୀମାର ୧୫୦୦୦ ଫୁଟ୍‌ ଉଚ୍ଚରେ ନିୟୋଜିତ ଥିବା ଏହି ଯବାନମାନଙ୍କୁ ଭେଟିବା ସହ ସେମାନଙ୍କ ମନୋବଳ ବଢ଼ାଇଛନ୍ତି। କେନ୍ଦ୍ର ସରକାର ଭାରତକୁ ଏକ ମଜଭୂତ ରାଷ୍ଟ୍ରରେ ପରିଣତ କରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶରୁ ଗୋଟିଏ ପାଲଟିଛି ବୋଲି ଠାକୁର ଯବାନମାନଙ୍କୁ କହିଥିଲେ।

ଏହାଛଡ଼ା ସେ ଚୁମୁର ଅଞ୍ଚଳର ବାସିନ୍ଦାଙ୍କ ସହ କଥା ହୋଇଛନ୍ତି। ଠାକୁର କହିଛନ୍ତି ଯେ ଲଦାଖର ଲୋକମାନଙ୍କୁ ବାହାର ପ୍ରଭାବ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ସରକାର ସୀମାର ସୁରକ୍ଷା ଲାଗି ଉଚିତ ପଦକ୍ଷେପ ନେଇଛନ୍ତି।

Share