ନୂଆଦିଲ୍ଲୀ,୧୬।୧୧: ଲଦାଖର ଡ୍ରାସସ୍ଥିତ ଜାମିଆ ମସଜିଦ୍ରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଏନେଇ ଖବର ପାଇବା ପରେ ସେନା ଏବଂ ପୋଲିସ କର୍ମଚାରୀମାନେ ମିଶି ନିଆଁକୁ ଆୟତ୍ତ କରିଛନ୍ତି। ହେଲେ ନିଆଁରେ ମସଜିଦ୍ର ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।
ସାମ୍ନାକୁ ଆସିଥିବା ଫଟୋ ଏବଂ ଭିଡିଓରେ ମସଜିଦ୍ରେ ଭୀଷଣ ନିଆଁ ଲାଗିଥିବା ଦେଖିବାକୁ ମିଳୁଛି। ପୋଲିସକୁ ଏନେଇ ସୂଚନା ମିଳିବା ମାତ୍ରେ ତୁରନ୍ତ ସେମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେନାବାହିନୀ ପକ୍ଷରୁ ମଧ୍ୟ ସହଯୋଗ କରାଯାଇଥିଲା। ତେବେ ନିଆଁ କିଭଳି ଲାଗିଲା ତାହା ଜଣା ପଡ଼ି ନ ଥିବା ବେଳେ କେଉଁ କାରଣରୁ ଏହା ଲାଗିଛି ସେ ନେଇ ତଦନ୍ତ ଆରମ୍ଭ ହୋଇଛି।