Categories: ଜାତୀୟ

ଲାଡଲୀ ଲକ୍ଷ୍ମୀ ଦିବସ: ବାଳିକାଙ୍କ ଉପରେ ଫୁଲବର୍ଷା କରି ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ…

ଭୋପାଳ,୨।୫ : ମଧ୍ୟପ୍ରଦେଶରେ ମଙ୍ଗଳବାର ଲାଡଲୀ ଲକ୍ଷ୍ମୀ ଦିବସ ପାଳନ କରାଯାଇଛି। ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ମଧ୍ୟାହ୍ନ ୧୨ ଟାରୁ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଭୋପାଳ, ସେହୋର, ବିିଦିଶା, ରାଜଗଡ ଏବଂ ରାଇସେନ ଜିଲାର ବାଳିକାମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଫୁଲବର୍ଷା କରି ସେମାନଙ୍କୁ ସ୍ବାଗତ କରିଥିଲେ। ପ୍ରତିବର୍ଷ ମେ ୨ ରେ ରାଜ୍ୟ ସରକାରଙ୍କ ଦ୍ୱାରା ଏହି ଦିବସ ପାଳନ କରାଯାଇଥାଏ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରି କହିଥିଲେ, ମୋ ମା’ ମଧ୍ୟ ମୋତେ ଅଧିକ ଏବଂ ଭଉଣୀକୁ କମ ଭଲ ପାଆନ୍ତି। ଏହିପରି ଭାବରେ ଆମ ମଧ୍ୟରେ ଭେଦଭାବ ରହିଆସୁଥିଲା। ସେ କହିଛନ୍ତି, ଯେତେବେଳେ ସେ ସିଏମ ହୋଇଥିଲେ ସେତେବେଳେ ସେ ଭାବିଥିଲେ, ରାଜ୍ୟ ଜମିରେ ଲାଡଲୀ ଲକ୍ଷପତି ଜନ୍ମ ହେବେ। ଏହା ସହିତ ସିଏମ କହିଛନ୍ତି, ଆଇଆଇଟି, ଏନଏଲଏୟୁ, ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜ, ମେଡିକାଲ କଲେଜରେ ପଢ଼ିବା ପାଇଁ ସରକାର ଝିଅମାନଙ୍କର ଫି‘ ଦେବେ। ମେ’ ୯ ରୁ ମେ ୧୫ ପର୍ଯ୍ୟନ୍ତ ଲାଡଲୀ ଲକ୍ଷ୍ମୀ ଉତ୍ସବ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଗ୍ରାମ ପଞ୍ଚାୟତ ଠାରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯାଇଛି।

Share