ଭାରତରେ ଦୀପାବଳି ସମୟରେ ଲୋକମାନେ ପରସ୍ପର ପାଇଁ ଉପହାର କିଣିଥାନ୍ତି। ଏହି ଅବସରରେ ଲୋକମାନେ ସେମାନଙ୍କ ପ୍ରିୟଜନଙ୍କୁ ମିଠା କିମ୍ବା ଚକୋଲେଟ ଉପହାର ରୂପେ ଦେବାକୁ ପସନ୍ଦ କରିଥାନ୍ତି। ତେବେ ଚକୋଲେଟକୁ ନେଇ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ପରେ କିଣିବା ପୂର୍ବରେ ଜଣେ ବ୍ୟକ୍ତି ୧୦ ଥର ଭାବିବ।
ୟୁକେର ୨୯ ବର୍ଷୀୟା ମହିଳା ଏମା ହୁଟ୍ଟୋ ଖାଇବା ପାଇଁ ରାସନ ଦୋକାନରୁ ଏକ ଚକୋଲେଟ କିଣିଥିଲେ। ଏହାକୁ ଖୋଲିବା ପରେ ଚକୋଲେଟରେ କିଛି ଧଳା ଧଳା ସେ ଦେଖିବାକୁ ପାଇଥିଲେ। ଏହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। କିଛି ସମୟ ପରେ ଏମାଙ୍କ ହାତରୁ ଚକୋଲେଟର କିଛି ଖଣ୍ଡ ତଳେ ପଡ଼ିଯାଇଥିଲା। ସେଥିରେ ପୋକ ଚାଳୁଥିବା ହେଉଥିବା ସେ ଦେଖିଥିଲେ। ଚକୋଲେଟ ଉପରେ ପୋକର ଅଣ୍ଡା ମଧ୍ୟ ସାଲୁବାଲୁ ହୋଇଥିଲା। ତେବେ ଉକ୍ତ ଚକୋଲେଟକୁ ଏମା କିଣିବା ପୂର୍ବରୁ ତାହା ସମ୍ପୂର୍ଣ୍ଣ ରୂପେ ସିଲ୍ ହୋଇଥିଲା। ଚକୋଲୋଟର ସମାପ୍ତି ତାରିଖ ମଧ୍ୟ ଶେଷ ହୋଇ ନ ଥିଲା। ତେଣୁ ଏନେଇ ଏମା ଉକ୍ତ ଚକୋଲେଟ କମ୍ପାନୀ ନାମରେ ଅଭିଯୋଗ କରିଥିଲେ। ଏହାପରେ ସମସ୍ତ ଚକୋଲେଟର ପ୍ୟାକେଟକୁ ଜବତ କରାଯାଇ ଯାଞ୍ଚ କରାଗଲା। ଏ ନେଇ କମ୍ପାନୀ ଏମାଙ୍କୁ କ୍ଷମା ମାଗିବା ସହ ୧୦ ୟୁରୋ ତାଙ୍କୁ ଦେଇଥିଲେ। ତେବେ ଏମା ଜୀବନରେ ଆଉ କେବେ ଚକୋଲେଟ କିଣିବେ ନାହିଁ ବୋଲି କହିଛନ୍ତି।