ଲେଡି ଗାଗାଙ୍କ ୨ କୁକୁର ଚୋରି, ୩.୬୫ ପୁରସ୍କାର କଲେ ଘୋଷଣା

ଲସ ଆଞ୍ଜେଲସ,୨୬।୨: ଆମେରିକାର ଲସ ଆଞ୍ଜେଲସରେ ରହୁଥିବା ପପ ଗାୟିକା ଲେଡି ଗାଗାଙ୍କ କୁକୁର ପାଳକ ରୟାନ ଫିସରଙ୍କୁ ଗୁଳି କରି ତାଙ୍କର ଦୁଇଟି ଫ୍ରେଞ୍ଚ ବୁଲଡଗକୁ ମଧ୍ୟ ଚୋରି କରିନିଆଯାଇଛି। ଲସ ଆଞ୍ଜେଲସ ପୋଲିସ କହିଛି ଯେ, ୩୦ ବର୍ଷ ବୟସ୍କ ରୟାନ ୩ଟି କୁକୁରକୁ ବୁଲାଇବାକୁ ନେଇଥିବାବେଳେ ଜଣେ ବନ୍ଧୁକଧାରୀ ଆସି ଗୁଳି ମାରି କୁକୁରକୁ ଧରି ପଳାଇଥିଲେ। ଗୋଟିଏ କୁକୁର ସେଠୁ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲା। ଲେଡି ଗାଗା ତାଙ୍କ କୁକୁର କୋଜି ଏବଂ ଗୁସ୍ତାଭଙ୍କ ପାଇଁ ପାଞ୍ଚ ଲକ୍ଷ ଡଲାର (୩.୬୫ କୋଟି ଟଙ୍କା) ପୁରସ୍କାର ଘୋଷଣା କରିଛନ୍ତି। ଫ୍ରେଞ୍ଚ ବୁଲଡଗଗୁଡିକ ମହଙ୍ଗା ଏବଂ ପ୍ରତିଷ୍ଠିତ ପ୍ରଜାତିର, ଯାହାର ମୂଲ୍ୟ ହଜାରେ ଡଲାର। ଲେଡି ଗାଗାଙ୍କ ପୋଷା କୁକୁରଙ୍କୁ କାହିଁକି ଟାର୍ଗେଟ କରାଯାଇଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଲେଡି ଗାଗାଙ୍କ ମୁଖପାତ୍ର ଏହା ଉପରେ ତୁରନ୍ତ ପ୍ରତିକ୍ରିୟା ଦେଇନାହାଁନ୍ତି। ଲେଡି ଗାଗା ଏବେ ଶୁଟିଂ ପାଇଁ ରୋମରେ ଅଛନ୍ତି।

Share