ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ: ଲେଡି ଗାଗା ଗାଇବେ ଜାତୀୟ ସଙ୍ଗୀତ

ନ୍ୟୁୟର୍କ,୧୫।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଜାନୁଆରୀ ୨୦ରେ ଶପଥ ନେବେ। ସୁପରଷ୍ଟାର ଆମେରିକୀୟ ଗାୟିକା ଲେଡି ଗାଗା ଶପଥ ଗ୍ରହଣ ସମାରୋହରେ ଜାତୀୟ ସଙ୍ଗୀତ ପରିବେଶଣ କରିବେ। ହଲିଉଡ୍‌ ଷ୍ଟାର୍‌ ଜେନିଫର ଲୋପେଜ୍‌ ମଧ୍ୟ ଏଥିରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଲେଡି ଗାଗା ବାଇଡେନ୍‌ଙ୍କ ନିର୍ବାଚନ କ୍ୟାମ୍ପେନ୍‌ଙ୍କ ଅଂଶଗ୍ରହଣ କରିଥିଲେ। ଡେନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ ଉତ୍ସବରେ ଜ୍ୟାକି ଇଭାଞ୍ଚୋ ଜାତୀୟ ସଙ୍ଗୀତ ଗାଇଥିଲେ।

Share