ଲେଡି ଗାଗାଙ୍କ କୁକୁରକୁ ମାରିଥିଲେ ଗୁଳି, ଦୋଷୀଙ୍କୁ ମିଳିଲା ୨୧ ବର୍ଷର କାରାଦଣ୍ଡ

ହଲିଉଡ ଗାୟକ ଲେଡି ଗାଗାଙ୍କ କୁକୁରକୁ ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ୨୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୨୧ରେ ଏହି ଘଟଣା ଘଟିଥିବା ବେଳେ ଏବେ ଏହାର ରାୟ ଆସିଛି। ଅଭିଯୁକ୍ତଜଣଙ୍କ ହେଲେ ଜେମ୍ସ ହାଓ୍ବାର୍ଡ ଜ୍ୟାକ୍‌ସନ।

ଗତ ବର୍ଷ ଫେବୃୟାରୀରେ ଜେମ୍ସ ଦୁଇଜଣ ସହଯୋଗୀଙ୍କ ସହ ମିଶି ଗାଗାଙ୍କ ଫ୍ରେଞ୍ଚ ବୁଲ୍‌ଡଗ୍‌କୁ ଗୁଳି କରିଥିଲେ। ତାଙ୍କ ପୋଷା କୁକୁରଙ୍କୁ ବୁଲାଇବାକୁ ନେଉଥିବା ବେଳେ ହଲିଉଡ୍‌ ଷ୍ଟ୍ରିଟ୍‌ରେ ଜେମ୍ସ ଏହି କାଣ୍ଡ ଭିଆଇଥିଲେ। ଗାୟିକାଙ୍କ ଅଭିଯୋଗ ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

Share