ଲେଡି ସିଘଂମ ଶିଳ୍ପା

ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ହିନ୍ଦୀ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଇଣ୍ଡିଆନ୍‌ ପୋଲିସ ଫୋର୍ସ’ ଜରିଆରେ ଶିଳ୍ପା ଓଟିଟି ପ୍ଲାଟଫର୍ମରେ ପାଦ ଥାପିଛନ୍ତି। ତେବେ ଏଥିରେ ଶିଳ୍ପାଙ୍କୁ ଜଣେ ପୋଲିସ ଅଫିସର ଭୂମିକାରେ ଦେଖିବାକୁ ମିଳିବ। ଏହି ଓ୍ବେବ୍‌ ସିରିଜ୍‌ର ଫାଷ୍ଟ୍‌ ଲୁକ୍‌ ପୋଷ୍ଟର ରିଲିଜ୍‌ ହୋଇସାରିଛି। ତେବେ ଏ ନେଇ ନିଜେ ଶିଳ୍ପା ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଫ୍ୟାନ୍ସମାନଙ୍କୁ ଏହି ସୂଚନା ଦେଇଛନ୍ତି। ଖାଲି ଶିଳ୍ପା ନୁହନ୍ତି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ମଧ୍ୟ ଏହା ଜରିଆରେ ଓଟିଟିରେ ଡେବ୍ୟୁ କରିଛନ୍ତି। ରୋହିତଙ୍କ ଦ୍ୱାରା ନିର୍ଦ୍ଦେଶିତ ଇଣ୍ଡିଆନ ପୋଲିସ ଫୋର୍ସ ଆମାଜନ୍‌ ପ୍ରାଇମ୍‌ରେ ମୁକ୍ତିଲାଭ କରିବ । ରୋହିତ ସେଟ୍ଟୀ ପୋଲିସକୁ ନେଇ ଅଦ୍ୟାବଧି ୪ଟି ଫିଲ୍ମ ତିଆରି କରିସାରିଥିବାବେଳେ ଏଗୁଡିକ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ରୋହିତ ପ୍ରଥମ ଥର ପାଇଁ ଓ୍ବେବ୍‌ ସିରିଜ୍‌ କରିବାକୁ ଯାଉଛନ୍ତି।

Share