Categories: ଖେଳ

ଅନ୍ତର୍ଜାତୀୟ କ୍ରିକେଟରୁ ଲାହିରୁ ଥିରିମାନେଙ୍କ ଅବସର

ଚେନ୍ନାଇ,୨୩ା୭: ଶ୍ରୀଲଙ୍କା ବ୍ୟାଟର ଲାହିରୁ ଥିରିମାନେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫଳରେ ତାଙ୍କ ୧୨ବର୍ଷ କ୍ୟାରିୟରର ଅନ୍ତ ଘଟିଛି। ଶ୍ରୀଲଙ୍କାର ଏହି ୩୩ ବର୍ଷୀୟ ଖେଳାଳମି ୨୦୧୦ରେ ପଦାର୍ପଣ କରିଥିଲେ। ୪୪ ଟେଷ୍ଟ, ୧୨୭ ଅନ୍ତର୍ଜାତୀୟ ଦିନିକିଆ ଏବଂ ୨୬ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ଶ୍ରୀଲଙ୍କା ତରଫରୁ ସେ ୩ଟି ଆଇସିସି ଟି୨୦ ବିଶ୍ୱକପ୍‌ ଖେଳିଛନ୍ତି। ତନ୍ମଧ୍ୟରେ ୨୦୧୪ ସଂସ୍କରଣରେ ଶ୍ରୀଲଙ୍କାର ଟାଇଟଲ ହାସଲ କରିଥିଲା। ସେ ଦୁଇଟି ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ରେ ଖେଳିଛନ୍ତି। ଏପରିକି ସେ ୫ଟି ଅନ୍ତର୍ଜାତୀୟ ଦିନିକିଆରେ ଅଧିନାୟକତ୍ୱ କରିଛନ୍ତି।
ଥିରିମାନେ ଫେସ୍‌ବୁକ୍‌ରେ କହିଛନ୍ତି, ଖେଳପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ଖେଳାଳି ହିସାବରେ ସେ ସବୁବେଳେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିବା କହିଛନ୍ତି। ଅବସର ନେବା କଷ୍ଟସାଧ୍ୟ ନିଷ୍ପତ୍ତି ଥିଲା ବୋଲି ଥିରିମାନେ କହିଛନ୍ତି।

Share