ପିଏମ୍‌ଏଲ୍‌-ଏନ୍‌ ନେତାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

ଇସ୍‌ଲାମାବାଦ,୩।୧୦: ପାକିସ୍ତାନର ମୁସଲିମ୍‌ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌-ଏନ୍‌) ନେତା ତଥା ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ସରିଫଙ୍କୁ ଆଶ୍ୱସ୍ତି ମିଳିଛି। ସୋମବାର ଲାହୋର ହାଇକୋର୍ଟ ପିଏମ୍‌ଏଲ୍‌-ଏନ୍‌ ନେତା ମରିୟମ୍‌ଙ୍କ ଆବେଦନର ଶୁଣାଣି କରି ପାସପୋର୍ଟ ଫେରସ୍ତ ପାଇଁ ରାୟ ଶୁଣାଇଛନ୍ତି। ପ୍ରଧାନ ବିଚାରପତି ମହମ୍ମଦ ଅମୀର ଭଟ୍ଟୀଙ୍କ ନେତୃତ୍ୱରେ ୩ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସରକାରଙ୍କୁ ମରିୟମ୍‌ଙ୍କ ପାସପୋର୍ଟ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ତାଙ୍କୁ ବିଦେଶ ଯାତ୍ରା ପାଇଁ ଅନୁମତି ମିଳିଯିବ। ସୂଚନା ମୁତାବକ, ଆଗାମୀ ଦିନରେ ମରିୟମ ଲଣ୍ଡନ ଗସ୍ତରେ ଯାଇ ତାଙ୍କ ବାପା ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଭେଟିବେ। ସୂଚନାଯୋଗ୍ୟ, ମରିୟମ ନୱାଜ ସେପ୍ଟେମ୍ବର ୭ରେ ପାସପୋର୍ଟ ଫେରସ୍ତ ପାଇଁ ଏକ ଆବେଦନ କରିଥିଲେ।

Share