ଲାହୋର,୧୫।୩: ଲାହୋରରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ହାଇକୋର୍ଟରୁ ଇମ୍ରାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଇମ୍ରାନଙ୍କୁ ଗିରଫ କରିବା ପାଇଁ ଜମାନ ପାର୍କରେ ପୋଲିସ ଅପରେଶନ ବନ୍ଦ କରିବାକୁ ଲାହୋର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଲାହୋର ହାଇକୋର୍ଟ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଇସଲାମାବାଦ ହାଇକୋର୍ଟରୁ ଏହି ନିର୍ଦ୍ଦେଶ ଜାରି ନ ହୁଏ ସେ ପର୍ଯ୍ୟନ୍ତ ପୋଲିସ ଇମ୍ରାନଙ୍କୁ ଗିରଫ କରିବା ପାଇଁ ଜମାନ ପାର୍କରେ ଅଭିଯାନ ବନ୍ଦ କରିବା ଉଚିତ। ତେବେ, ଏହି ଆଦେଶ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏଥି ସହିତ, ଆଇନ ଶୃଙ୍ଖଳାକାରୀ ସଂସ୍ଥା ଦ୍ୱାରା ଏହି ଅବରୋଧ ଜାରି ରହିବ।