ଲାହୋର ହସ୍ପିଟାଲରେ ଅଗ୍ନିକାଣ୍ଡ, ବହୁ ଔଷଧ ଜଳିଗଲା…

ଲାହୋର, ୪।୬ : ଶନିବାର ପାକିସ୍ତାନର ଲାହୋରର ଗୁଲବର୍ଗର ଶିଶୁ ହସ୍ପିଟାଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତୃତୀୟ ମହଲାରେ ଥିବା ଫାର୍ମାସି ଗୋଦାମରେ ନିଆଁ ଲାଗିଯାଇଥିଲା । ଫଳରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଔଷଧ ପୋଡି ପାଉଁଶ ହୋଇଯାଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ମୃତାହତର କୌଣସି ଖବର ମିଳିନାହିଁ। ହୋଇନାହିଁ। ଉଦ୍ଧାର କାର୍ଯ୍ୟ ସମୟରେ ହସ୍ପିଟାଲକୁ ଖାଲି କରାଯାଇଛି।

ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ନିଆଁକୁ ଆୟତ୍ତ କରିବା ପାଇଁ ସାତଟି ଦମକଳ ଗାଡ଼ି ପଠାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବିଭାଗ ଏବଂ ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ ୪୦ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଧିକାରୀଙ୍କ ଅନୁଯାୟୀ, ନିଆଁକୁ ଆୟତ୍ତ କରାଯିବା ପରେ ଅଗ୍ନିକାଣ୍ଡର କାରଣର ଅନୁସନ୍ଧାନ କରାଯିବ।

Share