Categories: ଜାତୀୟ

ବିଶ୍ୱକୁ ପ୍ରଦୂଷଣ ଚିନ୍ତା: ସବୁଠାରୁ ଉପରେ ଲାହୋର, ଦିଲ୍ଲୀର ପ୍ରଦୂଷଣ ରୋଗ ସୃଷ୍ଟି କରିବାକୁ ଯଥେଷ୍ଟ

ନୂଆଦିଲ୍ଲୀ,୧୫ ।୧୧: ସୁପ୍ରିମକୋର୍ଟଙ୍କ କଡା ଚେତାବନୀ ପରେ ଦିଲ୍ଲୀର ବାୟୁ ପ୍ରଦୂଷଣ କମ୍ କରିବାକୁ ସରକାର କିଛି ପଦକ୍ଷେପ ନେବାକୁ ଯାଉଛନ୍ତି । ଏହାର କିଛି ଘଣ୍ଟା ପୂର୍ବରୁ ପାଗରେ ପରିବର୍ତ୍ତନ ଯୋଗୁ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା ସାମାନ୍ୟ କମ୍ ହୋଇଯାଇଛି । ତେବେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଉପରେ ନଜର ରଖୁଥିବା ସଂସ୍ଥା ଆଇକ୍ୟୁ ଏହାଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ବାୟୁ ପ୍ରଦୂଷଣ ମାମଲାରେ ଗୋଟିଏ ପାହାଚ ତଳକୁ ଖସି ଆସିଛି । ଏବେ ପ୍ରଦୂଷଣ ଅଧିକ ଥିବା ତାଲିକାରେ ପାକିସ୍ତାନର ଲାହୋର ସହର ପ୍ରଥମରେ ରହିଛି । ଲାହୋରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୧୯ ଥିବା ବଳେ ଏବେ ରାଜଧାନୀ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ରହିଛି ୨୮୬ । ଗତ ସପ୍ତାହଠାରୁ ଯଦିଓ ଦିଲ୍ଲୀର ଏୟାର କ୍ୱାଲିଟିରେ ସମାନ୍ୟ ପରିବର୍ତ୍ତନ ହୋଇଛି ଅର୍ଥାତ୍ ପଦୂଷଣର ମାତ୍ରା କମିଛି କିନ୍ତୁ ଏବେବି ଦିଲ୍ଲୀର ବାୟୁ ପ୍ରଦୂଷଣ ଜଣେ ସୁସ୍ଥ ଲୋକଙ୍କୁ ଅସୁସ୍ଥ କରିବାକୁ ଯଥେଷ୍ଟ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Share