Advertisement

ଲାକାରାଜୁ ଗରୁଡ଼ଭେଗାର ନୂତନ ସିଇଓ

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ନେକ୍ସ ଜେନ୍‌ ଲଜିଷ୍ଟିକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରମୁଖ କମ୍ପାନୀ ଗରୁଡ଼ଭେଗାର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ସତୀଶ ଲାକାରାଜୁଙ୍କୁ ନିଯୁକ୍ତି ଦିଆଯାଇଥିବା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଲଜିଷ୍ଟିକ୍‌ ଶିଳ୍ପରେ ୩୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିବା ଲାକାରାଜୁ ୱିଜ୍‌ ଫ୍ରାଇଟ୍‌, ଆଜିଲିଟି ଲଜିଷ୍ଟିକ୍ସ ଏବଂ ଡ୍ୟାସର ଇଣ୍ଡିଆ ଭଳି ଜଣାଶୁଣା କମ୍ପାନୀରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି।

ସେହିଭଳି ଲାକାରାଜୁଙ୍କ ଅଭିଜ୍ଞତା ଓ ଦକ୍ଷତା କମ୍ପାନୀ ପାଇଁ ବହୁ ପରିମାଣରେ ସହାୟକ ହେବ। ଏପରିକି କମ୍ପାନୀରେ ତାଙ୍କ ଭୂମିକା ଗରୁଡ଼ଭେଗା ପାଇଁ ଆଗାମୀ ଦିନରେ ଅନେକ ପାରଦର୍ଶିତା ଆଣିଦେବ ବୋଲି କମ୍ପାନୀ ପକ୍ଷରୁ ଆଶା କରାଯାଉଛି।

ସେହିପରି ଗରୁଡ଼ଭେଗାରେ ଯୋଗଦେଇ ସେ ଗୌରବାନ୍ବିତ ଅନୁଭବ କରୁଥିବାବେଳେ କମ୍ପାନୀର ନୂତନତ୍ୱ ଏବଂ ଅଭିବୃଦ୍ଧି ପାଇଁ ସେ ତାଙ୍କର ଅଭିଜ୍ଞତାକୁ ବିନିଯୋଗ କରିବେ ବୋଲି ଲାକାରାଜୁ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗରୁଡ଼ଭେଗାର ୪୦୦ରୁ ଅଧିକ ଶାଖା ଉଭୟ ଘରୋଇ ଓ ଅନ୍ତଃରାଷ୍ଟ୍ରୀୟ ବଜାରରେ ରହିଥିଲାବେଳେ ଭାରତରେ ୧୮୫ରୁ ଅଧିକ ଶାଖା ରହିଛି। ସେହିଭଳି ୟୁଏସ୍‌ଏ, ୟୁକେ, ୟୁଏଇ, କାନାଡା ଏବଂ ଅଷ୍ଟ୍ରେଲିଆ ଭଳି ଅନେକ ଦେଶରେ ଗରୁଡ଼ଭେଗାର ଶାଖା କାର୍ଯ୍ୟକ୍ଷମ ଥିବାବେଳେ କମ୍ପାନୀ ଅନ୍ତଃରାଷ୍ଟ୍ରୀୟ ସେବା (ଇଣ୍ଟରନ୍ୟାଶନାଲ ଶିପିଙ୍ଗି ସଲ୍ୟୁଶନ) ଯୋଗାଇ ଆସୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel