ଆଶଙ୍କାରେ ଲେକ୍‌ ନ୍ୟୁଟ୍ରାଲ୍‌

ଭୁବନେଶ୍ୱର,୧୦।୬ (ବନ୍ଦନା ସେଠୀ): ସତ୍ୟନଗରସ୍ଥିତ ଡ୍ରେନ୍‌ ନଂ. ୧୦ରେ ଲେକ୍‌ ନ୍ୟୁଟ୍ରାଲ ପ୍ରକଳ୍ପ ପାଇଁ ୨୦୧୭ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମୋଟ୍‌ ୩୮ ଏକର ଅଞ୍ଚଳରେ ପ୍ରକଳ୍ପ କରିବାକୁ ଯୋଜନା ଥିଲା। ଏଥିପାଇଁ ୬୩କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବାବେଳେ ୨ବର୍ଷର ସମୟ ଅବଧି ରଖାଯାଇଥିଲା। ମାତ୍ର ଅବଧି ପୂରଣ ହେବାର ୪ବର୍ଷ ବିତିବାକୁ ବସିଥିବାବେଳେ ଲେକ୍‌ କାମ ସରିପାରୁ ନାହିଁ। ଅପରପକ୍ଷେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ଲାନ୍‌ ଦାଖଲ କରିବାରେ ବିଫଳ ହେବାରୁ କେନ୍ଦ୍ରର ନୋଟିସ୍‌ ଅଫ୍‌ ଡିସିସନ୍‌ (ନୋଡ୍‌) ପାଇବାରେ ପ୍ରକଳ୍ପ ବିଫଳ ହୋଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟରେ ଦାଖଲ ହୋଇଥିବା ପ୍ରାୟ ୭୯କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ବିକାଶ ପାଇଁ ସର୍ବଶେଷ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି। ସେହିପରି ପ୍ରଶାସନିକ ଉଦାସୀନତା ଏବଂ ଏହାର ଡିଜାଇନ୍‌ରେ ବାରମ୍ବାର ପରିବର୍ତ୍ତନ କରିବା ପ୍ରକଳ୍ପ ପ୍ରତ୍ୟାଖାନ ହେବାର ଅନ୍ୟତମ କାରଣ ବୋଲି ଜଣାପଡିଛି। ଏହାଦ୍ୱାରା ସ୍ମାର୍ଟସିଟିକୁ ପ୍ରାୟ ୧୫୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତି ସହିବାକୁ ପଡିଥିବା ସ୍ମାର୍ଟସିଟିର ଜଣେ କର୍ମଚାରୀ କହିଛନ୍ତି। ଅପରପକ୍ଷେ ବର୍ଷବର୍ଷ ଧରି ଗୋଟିଏ ପ୍ରକଳ୍ପର ଡିଜାଇନ୍‌ ପ୍ରସ୍ତୁତ କରି ନ ପାରିବା ଏବଂ ଏହାଦ୍ୱାରା ପ୍ରକଳ୍ପ ବନ୍ଦ ହେବା ନେଇ ସ୍ମାର୍ଟସିଟିକୁ ସମାଲୋଚନାର ଶୀକାର ହେବାକୁ ପଡିଛି। ତେଣୁ ତରବରିଆ ଭାବେ ନିଜର ଦୋଷ ଲୁଚାଇବାକୁ ଏବେ ବିଭାଗ ଚେଷ୍ଟା ଆରମ୍ଭ କରିଛି। କେନ୍ଦ୍ରର ଅନୁମୋଦନ ନ ମିଳିଲେ ମଧ୍ୟ ପୂର୍ବରୁ ଯେତିକି ଟଙ୍କା ମିଳିଛି ସେଥିରେ ଲେକ୍‌ ନ୍ୟୁଟ୍ରଲ୍‌ର କିଛି ଅଂଶ କାମ କରିବାକୁ ସ୍ମାର୍ଟସିଟି ଅଣ୍ଟା ଭିଡିଛି। ଲେକ୍‌ ନ୍ୟୁଟ୍ରାଲକୁ ୩ଜୋନ୍‌ରେ ଭାଗ କରି ଜୋନ୍‌-୧ ଅନ୍ତର୍ଗତ ପ୍ରାୟ ୧୫୦ ମିଟର ସୌନ୍ଦର୍ଯ୍ୟକରଣ ପାଇଁ କାମ କରାଯାଉଛି। ଏଥିପାଇଁ ୯କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ତେବେ ଜମି ଅଧିଗ୍ରହଣ ହୋଇ ନ ଥିବାରୁ କାମ ସେପରି ଅଧାପନ୍ତରିଆ ହୋଇ ପଡି ରହିଛି। ହାତରେ ଆଉମାତ୍ର ଦିନ କେଇଟା ଥିବାବେଳେ ଜମିଅଧିଗ୍ରହଣ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେଣୁ ରାଜଧାନୀବାସୀଙ୍କୁ ସହର ଭିତରେ ପ୍ରାକୃତିକ ହ୍ରଦର ସୌନ୍ଦର୍ଯ୍ୟ ଉପଭୋଗ କରାଇବାକୁ ଦେଖାଇଥିବା ସ୍ବପ୍ନ ଏକ ପ୍ରକାର ଧୂଳିସାତ୍‌ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର,୧୬ା୯(ସତ୍ୟଜିତ୍‌ ରାଉତ): ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱର ଆସୁଛନ୍ତି। ଏଥିପାଇଁ ରାଜଧାନୀରେ ବିପୁଳ...

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଧାନ ବସ୍ତାରେ ଥିବା ଟଙ୍କା ଖାଇଗଲେ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ...

କାର ଭିତରେ ଅଜଗର: ୫ ଘଣ୍ଟା ଉଦ୍ୟମ ପରେ ହେଲା ଉଦ୍ଧାର

ଯାଜପୁର,୧୬।୯: କାର ଭିତରୁ ବାହାରିଲା ଅଜଗର। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ତେନ୍ତୁଲିଖୁଣ୍ଟା ଗାଁ ହୁଣ୍ଡାଇ ସୋ’ ରୁମ ନିକଟରେ। ଜଣେ...

ଭୁବନେଶ୍ୱର ରାଜରାସ୍ତାରେ ବେପରୁଆ ଡ୍ରାଇଭିଂ ଘଟଣା: ୫ ଜଣଙ୍କୁ ବାନ୍ଧିଲା ପୋଲିସ, ୨ଟି ଗାଡ଼ି ଜବତ

ଭୁବନେଶ୍ବର,୧୬।୯: ରାଜଧାନୀ ଭୁବନେଶ୍ୱରରେ ବେପରୁଆ ଡ୍ରାଇଭିଂ କରିବାରୁ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏଥିସହିତ ୨ଟି ଗାଡ଼ି ମଧ୍ୟ ଜବତ କରାଯାଇଛି...

ନଦୀ ପାର ହେଉଥିଲେ: ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡ଼ା,୧୬।୯: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଧୀନ ଦିନିଆରି ଗାଁରେ ସୋମବାର ଏକ ଅଘଟଣ ଘଟିଛି। ନଦୀ ପାର ହେବା ବେଳେ ଜଣେ ବୃଦ୍ଧଙ୍କୁ ଝାମ୍ପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri