ଅଷ୍ଟମୁଡ଼ି ହ୍ରଦ

କେରଳର କୋଲାମ୍‌ ଜିଲାରେ ଥିବା ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଏହି ଅଷ୍ଟମୁଡ଼ି ହ୍ରଦ। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏଠାକାର ପରିବେଶ ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଏଠାରେ ବୋଟିଂ, ଫିଶିଂ ଆଦିର ସୁବିଧା ରହିଛି। ସେଥିପାଇଁ ଛୁଟିଦିନମାନଙ୍କରେ ଏଠାରେ ଆଗନ୍ତୁକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳେ…

କେରଳର କୋଲାମ୍‌ ଜିଲାରେ ଥିବା ଅଷ୍ଟମୁଡ଼ି ହ୍ରଦ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଏଠାକାର ଆକର୍ଷଣୀୟ ପ୍ରାକୃତିକ ପରିବେଶ ଦେଖିବାକୁ ବେଶ୍‌ ମନୋରମ ହୋଇଥାଏ। ସପ୍ତାହନ୍ତ ଛୁଟି କଟାଇବା ପାଇଁ ଏହା ହେଉଛି ଏକ ପରଫେକ୍ଟ ଡେଷ୍ଟିନେଶନ। ବିଶେଷକରି ବୋଟିଂ, ଫିଶିଂ ପାଇଁ ଏଠାରେ ସୁବିଧା ରହିଥିବାରୁ, କେବଳ ସପ୍ତାହନ୍ତ କାହିଁକି ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳିଥାଏ। ଜନଗହଳିପୂର୍ଣ୍ଣ ପରିବେଶରୁ ଦୂରରେ ଥିବା ଏହି ସ୍ଥାନକୁ ଗଲେ ମନକୁ ବେଶ୍‌ ଶାନ୍ତି ବି ମିଳେ।
ନାମକରଣକୁ ନେଇ କିିମ୍ବଦନ୍ତୀ
ଅଷ୍ଟମୁଡ଼ି ହ୍ରଦର ନାମକରଣକୁ ନେଇ ମଧ୍ୟ ଅନେକ ଲୋକକଥା ରହିଛି। ତେବେ ସୂଚନାନୁଯାୟୀ, ଏହି ହ୍ରଦଟି ଆଠଟି ସ୍ଥାନରେ ବଙ୍କାଟଙ୍କା ହୋଇ ପ୍ରବାହିତ ହୋଇଥିବାରୁ ଏହାର ଏପରି ନାମକରଣ କରାଯାଇଛି ବୋଲି ଅନେକେ ବିଶ୍ୱାସ କରିଥାନ୍ତି।
କ’ଣ ଦେଖିବେ
ଏହି ହ୍ରଦଟି ଦେଖିବାକୁ ବେଶ୍‌ ଶାନ୍ତ ଓ ପରିଷ୍କାର। କିଛି ଲୋକ ଏହି ହ୍ରଦରୁ ମାଛ ଧରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ତା’ଛଡ଼ା ଏହି ହ୍ରଦର ଉଭୟ ପାର୍ଶ୍ୱରେ ନଡ଼ିଆ ଗଛ ଓ ତାଳ ଗଛ ଧାଡ଼ି ଧାଡ଼ି ହୋଇ ଲାଗିଥିବାର ଦୃଶ୍ୟ ମଧ୍ୟ ବେଶ୍‌ ମନୋରମ ଲାଗିଥାଏ ଦେଖିବାକୁ। ଏଥିରୁ ମଧ୍ୟ କିଛି ଲୋକଙ୍କର ରୋଜଗାର ହୋଇଥାଏ। ଏସବୁବ୍ୟତିତ ଏହି ହ୍ରଦ ନିକଟରେ ଜାତିଜାତିକା ପକ୍ଷୀ ଦେଖିବାର ମଧ୍ୟ ସୁବିଧା ମିଳିଥାଏ। ଅନ୍ୟଦିନ ତୁଳନାରେ ଶୀତଦିନେ ଏଠାରେ ଅଧିକ ସଂଖ୍ୟାରେ ପକ୍ଷୀ ଦେଖାଯାଇଥାନ୍ତି। କେବଳ ପକ୍ଷୀ କାହିଁକି ଏହି ହ୍ରଦ ନିକଟରେ ଥିବା ଏକ ଛୋଟ ସଂରକ୍ଷଣ କେନ୍ଦ୍ରରେ ପ୍ରାୟ ୨୬ ପ୍ରଜାତିର ପ୍ରଜାପତି, ୪୫ ପ୍ରକାରର ବିଭିନ୍ନ ସରୀସୃପ, ୫ ପ୍ରକାରର କଙ୍କି ତଥା ଆହୁରି ଅନେକ କିଛି ଦେଖିବାର ସୂଯୋଗ ପାଇଥାନ୍ତି ପର୍ଯ୍ୟଟକ। ଏସବୁ ବ୍ୟତିତ ପର୍ଯ୍ୟଟକ ହାଉସ୍‌ବୋଟ୍‌ରେ ମଧ୍ୟ ଏହି ହ୍ରଦରେ ବୁଲି ଅନେକ ନିଆରା ଅନୁଭୂତି ସାଉଁଟିଥାନ୍ତି।
କେବେ ଓ କେମିତି ଯିବେ
ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଏହି ଆକର୍ଷଣୀୟ ସ୍ଥାନକୁ ବର୍ଷର ଯେ କୌଣସି ସମୟରେ ବୁଲିଯିବାର ସୁବିଧା ରହିଛି। ହେଲେ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ବର୍ଷାଦିନକୁ ଛାଡ଼ି ବାକି ଅନ୍ୟ ଯେ କୌଣସି ସମୟରେ ଏଠାକୁ ବୁଲିଗଲେ ବୁଲିବାର ଭରପୂର ମଜା ନେଇ ହୋଇଥାଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଥିରୁଭାନନ୍ଥପୁରମ୍‌ ଇଣ୍ଟରନ୍ୟାସନାଲ୍‌ ଏୟାରପୋର୍ଟ ହେଉଛି ଏଠାକାର ନିକଟତମ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ଏହାଛଡ଼ା ପର୍ଯ୍ୟଟକ ଚାହିଁଲେ ନିଜସ୍ବ ଗାଡ଼ି ଦ୍ୱାରା ମଧ୍ୟ ଏଠାକୁ ବୁଲି ଯାଇପାରିବେ।
ବୋଟିଂ, ଫିଶିଂର ନିଆରା ମଜା
ଯେହେତୁ ଏହି ସ୍ଥାନରେ ହ୍ରଦ ରହିଛି; ତେଣୁ ଏଠାରେ ପଯର୍ର୍‌ୟଟକ ବୋଟିଂ ସହିତ ଫିଶିଂ କରିବାର ନିଆରା ଅନୁଭୂତି ମଧ୍ୟ ନେଇପାରିବେ। ଏଥିସହିତ ଏଠାରେ ଚାଲିଚାଲି ବୁଳିବାର ମଜା ମଧ୍ୟ ନେଇପାରିବେ। ଏହାଛଡ଼ା ଏହି ହ୍ରଦରେ ଗାଧୋଇବାର ଅପୂର୍ବ ଆନନ୍ଦ ମଧ୍ୟ ଲଭିପାରିବେ। ସେହିପରି ଏଠାରେ ବୁଲିବା ସହିତ ସୁନ୍ଦର ସୁନ୍ଦର ଫଟୋ ଉଠାଇ ଖୁବ୍‌ ଖୁସି ମଧ୍ୟ ହୋଇପାରିବେ ପର୍ଯ୍ୟଟକ।
ଜରୁରୀ ସୂଚନା
ବର୍ଷାଦିନେ ଏହି ହ୍ରଦରେ ପାଣି ଟିକେ ଅଧିକ ରହୁଥିବାରୁ ହ୍ରଦ ମଧ୍ୟକୁ ନ ଯିବାପାଇଁ ଏଠାରେ ପର୍ଯ୍ୟଟକଙ୍କୁ ସଚେତନ କରାଯାଇଥାଏ। ତା’ଛଡ଼ା ବୋଟିଂ ପାଇଁ ଯାଉଥିବା ପର୍ଯ୍ୟଟକଙ୍କୁ ସାହାଯ୍ୟ କରିବା ପାଇଁ ଏଠାରେ ଲାଇଫ୍‌ ଗାର୍ଡଙ୍କର ମଧ୍ୟ ବ୍ୟବସ୍ଥା ରହିଛି। ପର୍ଯ୍ୟଟକ ଚାହିଁଲେ ଏହାର ସୁବିଧା ମଧ୍ୟ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri