Categories: ଜାତୀୟ

ଦିଲ୍ଲୀ ପୋଲିସକୁ ସୋସିଆଲ ମିଡ଼ିଆରେ ଖୋଲା ଚ୍ୟାଲେଞ୍ଜ୍‌ କଲେ ଲଖା ସିଧାନା

ନୂଆଦିଲ୍ଲୀ,୨୦।୨: ଜାନୁୟାରୀ ୨୬ ଦିଲ୍ଲୀ ହିଂସାର ମାଷ୍ଟର ମାଇଣ୍ଡ ଥିବା ପୂର୍ବ ଗ୍ୟାଙ୍ଗଷ୍ଟର ଲଖା ସିଧାନା ସୋସିଆଲ ମିଡ଼ିଆରେ ଦିଲ୍ଲୀ ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଇଛନ୍ତି। ସେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିବା ସହିତ ଫେବୃୟାରୀ ୨୩ରେ ଭଟିଣ୍ଡା ଜିଲାର ମେହରାଜ ପିଣ୍ଡରେ ପ୍ରଦର୍ଶନ କରିବା ଲାଗି ଯୋଜନା କରିଥିବା ସୂଚନା ଦେଇଛନ୍ତି। ଏହି ପ୍ରଦର୍ଶନରେ ବହୁ ସଂଖ୍ୟାରେ ଯୋଗଦେବାକୁ ସେ ସୋସିଆଲ୍‌ ମିଡ଼ିଆରେ ଅନୁରୋଧ କରିଛନ୍ତି। ଏହାକୁ ନେଇ ଦିଲ୍ଲୀ ପୋଲିସର ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୫ ଦିନ ଧରି ସେ ଫେରାର ଅଛନ୍ତି। ତାଙ୍କ ସନ୍ଧାନରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

Share