Categories: ଜାତୀୟ

ଲଖିମପୁର କାଣ୍ଡ ଏକ ଷଡ଼ଯନ୍ତ୍ର, ଏସ୍‌ଆଇଟି ରିପୋର୍ଟ…

ନୂଆଦିଲ୍ଲୀ, ୧୪।୧୨: ଉତ୍ତରପ୍ରଦେଶର ଲଖିମପୁର ଖେରି କାଣ୍ଡ ଏକ ଷଡ଼ଯନ୍ତ୍ର ବୋଲି ଏସ୍‌ଆଇଟି ପକ୍ଷରୁ ରିପୋର୍ଟ ଉପସ୍ଥାପନ କରାଯାଇଛି। ଏନେଇ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ସମେତ ୧୪ ଜଣଙ୍କ ଉପରେ ହତ୍ୟା ମାମଲାର ବିଚାର କରାଯିବ ବୋଲି ଏସ୍‌ଆଇଟି କହିଛି। ଜାଣିଶୁଣି ଯୋଜନାବଦ୍ଧ ଭାବେ ଏହି କାଣ୍ଡ ଭିଆ ଯାଇଥିବା ରିପୋର୍ଟରେ କୁହାଯାଇଛି। ଫଳରେ ଏବେ ଅଭିଯୁକ୍ତଙ୍କ ବିରୋଧରେ ଲଗାଯାଇଥିବା ଆଇପିସିର ଧାରାରେ ପରିବର୍ତ୍ତନ ହୋଇଛି।

ହତ୍ୟା ଉଦ୍ଦେଶ୍ୟ ପରିବର୍ତ୍ତେ ଏବେ ହତ୍ୟା ମାମଲାର ବିଚାର କରାଯିବ। ଏସ୍‌ଆଇଟି ଆଇପିସି ଧାରା ୨୭୯,୩୩୮, ୩୦୪-କ ହଟାଇ ଦେଇଛି। ଏହା ସ୍ଥାନରେ ଆଇପିସି ଧାରା ୩୦୭, ୩୨୬, ୩୪, ୧୨୦, ୧୪୭, ୧୪୮, ୧୪୯, ୩/୨୫/୩୦ ଅଭିଯୁକ୍ତଙ୍କ ବିରୋଧରେ ଲଗାଯାଇଛି।

 

Share