Categories: ଜାତୀୟ

ୟୁପି ସରକାରଙ୍କ ପକ୍ଷ ରଖିବେ ସାଲ୍‌ଭେ

ଲକ୍ଷ୍ନୌ,୯।୧୦: ଲଖିମପୁର ହିଂସା ଘଟଣାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ମାମଲା ଏବେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି। ଏହି ମାମଲାରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷ ରଖିବେ ଦେଶର ଜଣାଶୁଣା ଓକିଲ ହରିଶ ସାଲଭେ।

ଗତ ୩ ତାରିଖରେ ଲଖିମପୁର ଖେରି ଅଞ୍ଚଳରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ଭାଜପା କେନ୍ଦ୍ରମନ୍ତ୍ରୀଙ୍କ ପୁଅର ଗାଡ଼ି ମାଡ଼ି ଯିବାରୁ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ୫ ତାରିଖରେ ୟୁପିର ଦୁଇ ଓକିଲ ଶିବ କୁମାର ତ୍ରିପାଠି ଓ ସି ଏସ୍‌ ପଣ୍ଡା ଦେଶର ମୁଖ୍ୟ ବିଚାରପତି (ସିଜେଆଇ)ଙ୍କୁ ପତ୍ର ଲେଖି କୋର୍ଟଙ୍କ ନେତୃତ୍ୱରେ ତଦନ୍ତ ଦାବି କରିଥିଲେ। ଏହାକୁ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଭାବେ ଗ୍ରହଣ କରିବା ସହ ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରିଛନ୍ତି।

ପ୍ରଥମ ଶୁଣାଣିରେ ସିଜେଆଇ ଏନ୍‌ ଭି ରମନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗରେ ୟୁପି ସରକାରଙ୍କ ପକ୍ଷ ରଖିଥିଲେ ଏଏଜି ଗାରିମା ପ୍ରଶାଦ। ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ହିଂସାର ଷ୍ଟାଟସ ରିପୋର୍ଟ ମାଗିଛନ୍ତି।

Share