ଲଖିମପୁର,୧୫ ।୯: ଉତ୍ତର ପ୍ରଦେଶର ଲଖିମପୁର ଖେରି ମାମଲାରେ ପୋଷ୍ଟ ମର୍ଟମ ରିପୋର୍ଟ ଆସିଛି । ଲଖିମପୁର ଖେରି ଜିଲାର ନିଘାସନ ଥାନା ଅଞ୍ଚଳରେ ଥିବା ଏକ ଗାଁରେ ବୁଧବାର ପାଖାପାଖି ସନ୍ଧ୍ୟା ୬ଟାରେ ଦଳିତ ସମ୍ପ୍ରଦାୟର ଦୁଇ ଭଉଣୀଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ହେଲେ କେମିତି ଏମାନଙ୍କର ମୃତ୍ୟୁ ହେଲା ତାହା ବଡ ପ୍ରଶ୍ଚବାଚି ଥିବା ବେଳେ ଏବେ ଏହି ଘଟଣାର ପୋଷ୍ଟ ମର୍ଟମ ରିପୋର୍ଟ ଆସିଛି । ଏହି ରିପୋର୍ଟ ଅନୁଯାୟୀ, ଦୁର୍ବୁତ୍ତମାନେ ଦଳିତ ସମ୍ପ୍ରଦାୟର ଦୁଇ ଭଉଣୀଙ୍କୁ ପ୍ରଥମେ ବଳାତ୍କାର କିରି ପରେ ହତ୍ୟା କରାଯାଥିବା ପୋଷ୍ଟ ମର୍ଟମ ରିପୋର୍ଟରେ କୁହାଯାଇଛି । ଗଳା ଦବାଇ ଏମାନଙ୍କୁ ହତ୍ୟା କରାଯାଇଛି । ଗୁରୁବାର ୩ ଡାକ୍ତରଙ୍କର ଏକ ପ୍ୟାନେଲ ମୃତ ଦେହର ପୋଷ୍ଟ ମର୍ଟମ କରିଛନ୍ତି ।
ପାଖାପାଖି ୩ ଘଣ୍ଟା ଧରି ଚାଲିଥିବା ଏହି ପୋଷ୍ଟମର୍ଟମର ଭିଡିଓଗ୍ରାଫି କରାଯାଇଛି । ତେବେ ପୋଷ୍ଟ ମର୍ଟମ ସମୟରେ ମହିଳା ଡାକ୍ତର ଓ ମୃତା ଦୁଇ ଭଉଣୀଙ୍କ ପରିବାର ସଦସ୍ୟ ବି ଉପସ୍ଥିତ ଥିଲେ । ଏହାପରେ ମୃତ ଶରୀରକୁ ପରିଜନଙ୍କୁ ହସ୍ତାନ୍ତର କରାଯାଇଛି । ସେଠାରୁ ଆମ୍ବୁଲାନ୍ସ ଯୋଗେ ମୃତ ଶରୀରକୁ ସେମାନଙ୍କ ଗାଁକୁ ପଠାଇ ଦିଆଯାଇଛି । ଏବେ କୁହାଯାଉଛି କି ପୋଲିସ ମାମଲାର ଧାରା ସଂଖ୍ୟା ବଢାଇପାରେ । ଏସି-ଏସଟି ଆକ୍ଟର ଧାରାରେ ମାମଲାରେ ଧାରା ବଢିପାରେ ।