Categories: ଜାତୀୟ

ଲଖିମପୁର ଖେରି ହିଂସା, ଚାଷୀ ସଂଗଠନ ପକ୍ଷରୁ ୬ ଘଣ୍ଟିଆ ରେଳ ରୋକୋ…

ନୂଆଦିଲ୍ଲୀ,୧୮।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାକୁ ବିରୋଧ କରି ଚାଷୀ ସଂଗଠନ ପକ୍ଷରୁ ସୋମବାର ଦେଶବ୍ୟାପୀ ୬ ଘଣ୍ଟିଆ ରେଳ ରୋକୋ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୦ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ପଞ୍ଜାବର ଅମୃତସରରେ ଦେବୀ ଦାସପୁରା ଗାଁରେ ଚାଷୀ ରେଳ ଧାରଣାରେ ବସି ରହିଛନ୍ତି।

ସେହିପରି ଲକ୍ଷ୍ନୌରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି। ଆଇନ ଶୃଙ୍ଖଳା ଅବା ଶାନ୍ତି ବ୍ୟହତ ହେଲେ ଏଭଳି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏନ୍‌ଏସ୍‌ଏ ଲାଗୁ ହେବ ବୋଲି ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଉତ୍ତରପ୍ରଦେଶର ପ୍ରତି ଜିଲାରେ ରେଳ ରୋକୋକୁ ବ୍ୟାପକ କରାଯିବ। ରେଳ ରୋକୋ ସମ୍ପୂର୍ଣ୍ଣ ଭାବେ ଶାନ୍ତିପୂର୍ଣ୍ଣ ଭାବେ କରାଯାଉଛି ବୋଲି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

Share