Categories: ଜାତୀୟ

ଲକ୍ଷ୍ମୀପୁର ଖେରି ହିଂସା: ଅଜୟ ମିଶ୍ରାଙ୍କ ପୁଅଙ୍କୁ ସମନ, ୨ ଗିରଫ

ନୂଆଦିଲ୍ଲୀ,୮ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ହିଂସା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଷ୍ଟାଟସ ରିପୋର୍ଟ ମାଗିବାର କିଛି ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଏହାସହ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ସମନ ପଠାଇ ଶୁକ୍ରବାର ପଚରା ଉଚରା ପାଇଁ ଡାକିଥିବା ଜଣାପଡିଛି । ସୂଚନାଯୋଗ୍ୟ, ଲକ୍ଷ୍ମୀପୁର ଖେରିରେ ଅକ୍ଟୋବର ୩ରେ ଆଶିଷ ମିଶ୍ରାଙ୍କର ଗାଡି ବିରୋଧ ପ୍ରଦର୍ଶନକାରୀ କୃଷକଙ୍କୁ ମାଡି ଦେଇଥିଲା । କୃଷକଙ୍କ ଅଭିଯୋଗ ହେଉଛି କି ଗାଡିରେ ଆଶିଷ ମିଶ୍ରା ଥିଲେ । ତେଣୁ ଏବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

Share