Categories: ଜାତୀୟ

ଲକ୍ଷ୍ମୀପୁର ଖେରି ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ନୂଆଦିଲ୍ଲୀ,୫ ।୧୦: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିରେ ରବିବାର ହୋଇଥିବା ହିଂସାରେ ମୃତ୍ୟୁ ହୋଇଥିବା ୮ ଜଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ଗୁଳିବାଜି ମୃତ୍ୟୁ ହୋଇଥିବା ଆଦୌ କୁହାଯାଇ ନାହିଁ । ପୋଷ୍ଟମର୍ଟମ ରିପୋର୍ଟରେ ଲାଠିରେ ମାଡ, ବ୍ରେନ୍ ହାମରେଜ୍ ଓ ଘୋଷାଡି ହୋଇ ମୃତ୍ୟୁ ହୋଇଥିବା କୁହାଯାଉଛି । କୃଷକଙ୍କୁ ପିଟିବା ଫଳରେ ସେମାନଙ୍କ ଶରୀରର କିଛି ଅଂଶରେ ଓ ମୁଣ୍ଡରେ ବ୍ଲଡ କ୍ଲଟ ହେବା, କିଛି ଇଣ୍ଟରନାଲ ଇଞ୍ଜୁରି ମୃତ୍ୟୁର କାରଣ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରକୁ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗୁଳି କରିବାରୁ ଜଣେ କୃଷକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲେ ବି ଏହାର କୌଣସି ପ୍ରକାଣ ପୋଷ୍ଟମର୍ଟମ ରିପୋର୍ଟରେ ନ ଥିବା ଜଣାପଡିଛି । ସୂଚନାଯୋଗ୍ୟ, ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ କେତେଜଣ ବିରୋଧି ଦଳ ନେତା ଏହାକୁ ଟୁଇଟ୍ କରି ଶାସକ ଦଳକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି ।

Share