ନୂଆଦିଲ୍ଲୀ,୫ ।୧୦: ଲକ୍ଷ୍ମୀପୁର ଖେରି ମାମଲାରେ ଆଉ ଏକ ତଥ୍ୟା ସାମ୍ନାକୁ ଆସିଛି । କୃଷକଙ୍କ ଉପରେ ଗାଡି ମାଡି ଯାଉଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଭିଡିଓକୁ ଆମ ଆଦମୀ ପାର୍ଟି(ଏଏପି) ନେତା ସଞ୍ଜୟ ସିଂ ଟୁଇଟ୍ କରିଛନ୍ତି । ହେଲେ ଡ୍ରାଇଭରର ଚେହେରା ଏଥିରେ ସ୍ପଷ୍ଟ ଜଣାପଡୁ ନ ଥିବା ବେଳେ ଭିଡିଓ ସମ୍ପର୍କରେ ସଠିକ୍ ତଥ୍ୟ ବି ମିଳିପାରି ନାହିଁ । ଏହି ଭିଡିଓଟି ଟୁଇଟ୍ କରି ସଞ୍ଜୟ ସିଂ ଲେଖିଛନ୍ତି କ’ଣ ଏହା ପରେ ବି ପ୍ରମାଣ ଦରକାର । ଦେଖନ୍ତୁ ଶାସକଙ୍କ ଅହଂକାରରେ ବୁଡି ରହିଥିବା ଗୁଣ୍ଡାମାନେ କିପରି କୃଷକଙ୍କୁ ଗାଡି ମଡାଇ ମାରି ଦେଉଛନ୍ତି । କିଛି ଚ୍ୟାନେଲ ଜ୍ଞାନ ଦେଉଥିଲେ କି ମନ୍ତ୍ରୀଙ୍କ ପୁଅ ଜୀବନ ବଞ୍ଚାଇବାକୁ ଦୌଡିଥିଲେ । ଏହାସହ ସଞ୍ଜୟ ସିଂ ଲେଖିଛନ୍ତି କୃଷକ ହତ୍ୟାକାରୀ ଭାଜପା ହାସଟ୍ୟାର ବି ବ୍ୟବହାର କରିଛନ୍ତି । ଏହାପରେ କଂଗ୍ରେସ ନେତା ଶ୍ରୀନିବାସ ବିୱି ମଧ୍ୟ ଏହି ଭିଡିଓକୁ ଶେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି, ନା ଏଥିରେ କୌଣସି କୃଷକ ଉପଦ୍ରବ କରୁଥିଲେ ନା ସେମାନେ ଗାଡି ଉପରକୁ ପଥର ଫିଙ୍ଗୁ ଥିଲେ । ହେଲେ ମନ୍ତ୍ରୀଙ୍କ ପୁଅ ପିତାଙ୍କ କଥା ପାଳନ କରୁଥିଲେ । ପଛରୁ ଗାଡି ମଡାଇ କୃଷକଙ୍କୁ ହତ୍ୟା କରୁଥିଲେ ।