Categories: ଜାତୀୟ

ଲଖ୍‌ଭିଙ୍କୁ ମିଳିବ ମାସିକ ଖର୍ଚ୍ଚ

ନୂଆଦିଲ୍ଲୀ, ୧୨।୧୨: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଲଶ୍କର-ଇ-ତୋଇବା ନେତା ଜାକିଉର ରେହମନ ଲଖ୍‌ଭିଙ୍କୁ ତାଙ୍କ ଆକାଉଣ୍ଟରୁ ମୌଳିକ ଖର୍ଚ୍ଚ ଯୋଗାଇଦେବାକୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ଅନୁମତି ପ୍ରଦାନ କରିଛନ୍ତି, ଯାହା ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ଲଖ୍‌ଭି ଆତଙ୍କବାଦୀ ତାଲିକାରେ ସ୍ଥାନିତ ହେବା ପରେ ତାଙ୍କର ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦିଆଯାଇଥିଲା। ତାଙ୍କର ଖାଦ୍ୟ, ଔଷଧ ଓ ଦୈନନ୍ଦିନ ଖର୍ଚ୍ଚ ଯୋଗାଇବା ପାଇଁ ବିଚାର କରିବାକୁ ପାକିସ୍ତାନ ସରକାର ଆବେଦନ କରିଥିଲେ। ତାଙ୍କୁ ନିଜ ଆକାଉଣ୍ଟରୁ ମାସିକ ୧.୫ ଲକ୍ଷ ପାକିସ୍ତାନୀ ଟଙ୍କା ଯୋଗାଇଦେବା ପାଇଁ ୟୁଏନ୍‌ଏସ୍‌ସି ୧୨୬୭ ଅଲକାଏଦା ସାଙ୍କଶନ୍‌ କମିଟି ମଞ୍ଜୁରୀ ପ୍ରଦାନ କରିଛି।

Share