ମୂର୍ତ୍ତି ତିଆରି କରି ଲକ୍ଷାଧିକ ଟଙ୍କା ରୋଜଗାର

କର୍ଲାମୁଣ୍ଡା:୪।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରୁ ଦୁଇ କିଲୋମିଟର ଦୂରରେ ରହିଛି ଫଲସାପଡା ଗାଁ। ଗାଁରେ ରୁହନ୍ତି ଶିଳ୍ପୀ ହେମାନନ୍ଦ ସାହୁ(୨୮)। ମୂର୍ତ୍ତି ତିଆରି କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।

ଚଳିତ ବର୍ଷ ଗଣେଶ ପୂଜା ପାଇଁ ବିଭିନ୍ନ ଗାଁରୁ ୮୦ ଗଣେଶ ମୂର୍ତ୍ତି ତିଆରି ପାଇଁ ଅଗ୍ରୀମ ପାଇଛନ୍ତି। ପଥର କାରିଗରୀ ସାଙ୍ଗକୁ ମାଟି ମୂର୍ତ୍ତି ପାଇଁ ହେମାନନ୍ଦଙ୍କୁ ବହୁ ଦୂର ଦୁରନ୍ତାରୁ ଆସିଥାଏ ଡାକରା । ଗଣେଶ ପୂଜା, ସରସ୍ବତୀ ପୂଜା, ବିଶ୍ୱକର୍ମା ପୂଜା, ଦୁର୍ଗା ପୂଜା ସମୟରେ ତାଙ୍କର ହାତ ତିଆରି ମୂର୍ତ୍ତିର ଚାହିଦା ରହିଥାଏ। ଏନେଇ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ସେ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ସମ୍ବଲପୁରୀ ଗୀତ ଲେଖିବା ସହ କଣ୍ଠଦାନ କରି ଅଞ୍ଚଳରେ ବେଶ ଲୋକପ୍ରିୟ ହୋଇପାରିଛନ୍ତି।

 

Share