ଖତଗଦାରେ ଲୁଚାଇ ରଖିଥିଲେ ଲକ୍ଷାଧିକ ଚୋରି ଟଙ୍କା, ମାଡ଼ି ବସିଲା ହାଇଦ୍ରାବାଦ ପୋଲିସ

ଭୋଗରାଇ,୧୬ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ହାଇଦ୍ରାବାଦ ଅଞ୍ଚଳରୁ ଲୁଟ୍‌ ହୋଇଥିବା ଲକ୍ଷାଧିକ ଟଙ୍କା ବଡ଼ମନ୍ଦାରୁଣୀ ଗ୍ରାମରୁ ଉଦ୍ଧାର ହୋଇଛି।
ସୂଚନା ଅନୁସାରେ, ବଡ଼ମନ୍ଦାରୁଣୀ ଗ୍ରାମର ଉମାକାନ୍ତ ବେହେରା ଜ୍ୱାଇଁ ଗୋପାଳ ବେହେରା ହାଇଦ୍ରାବାଦଠାରେ ଏଗ୍ରୋ କମ୍ପାନୀରେ ୧୦ ବର୍ଷ ଧରି କାମ କରୁଥିଲେ। ତିନି ଦିନ ବ୍ୟାଙ୍କ ଛୁଟି ଥିବାରୁ ମାଲିକ ଲକରରେ ୨୦ ଲକ୍ଷ ୮୦ ହଜାର  ଟଙ୍କା ରଖିଥିଲେ। ଏହାର ସୁଯୋଗ ନେଇ ଗୋପାଳ ଟଙ୍କା ଚୋରି କରି ହାଇଦ୍ରାବାଦରେ ରହୁଥିବା ତାଙ୍କ ଶାଳକକୁ ଦେଇଥିବାବେଳେ ଶାଳକ ଘର ଥିବା ବାପା ଓ ମା’ଙ୍କୁ ଜଳେଶ୍ୱର ଷ୍ଟେଶନକୁ ଡାକି ଟଙ୍କା ଭର୍ତ୍ତି ବ୍ୟାଗ୍‌ ଦେଇଥିଲେ। ହାଇଦ୍ରାବାଦ ପୋଲିସ ପାଖରେ ଏଗ୍ରୋ କମ୍ପାନୀ ମାଲିକ ଅଭିଯୋଗ ପରେ ଶନିବାର ବଡ଼ମନ୍ଦାରୁଣୀ ଗ୍ରାମରେ ହାଇଦ୍ରାବାଦ ପୋଲିସ ଓ କମର୍ଦ୍ଦା ପୋଲିସ ମିଳିତ ସହାୟତାରେ ଖତଗଦାରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଥିଲା। ଅଭିଯୁକ୍ତ ଗୋପାଳ ଫେରାର ହୋଇଯାଇଥିବାବେଳେ ଶାଳକ ରବିନ୍ଦ୍ର ବେହେରା ଓ ଶାଶୁଙ୍କୁ କମର୍ଦ୍ଦା ଥାନାରେ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା ଦୁର୍ବ୍ୟବହାର, ଅମିନଙ୍କୁ ନିଲମ୍ବନ କଲେ ଜିଲାପାଳ

ରେଢ଼ାଖୋଲ,୧୬ା୧୧(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ଜୋନ୍‌-୨ର ଜିଲାପରିଷଦ ସଭ୍ୟ ଶରତ କୁମାର ପ୍ରଧାନଙ୍କୁ ତହସିଲଦାର ଦେବାଶିଷ ପାତ୍ର ଓ ଅମିନ କୁଳମଣି ନାଏକ ଦୁର୍ବ୍ୟବହାର...

ଚାକିରିରୁ ବିଦା ହେଲେ ୮ କର୍ମଚାରୀ, ୨୦ ନିଲମ୍ବିତ

ଭୁବନେଶ୍ୱର,୧୬।୧୧: ଅବକାରୀ ବିଭାଗ ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତ ଥିବା ବିଭାଗୀୟ ୮ ମାଫିଆ କର୍ମଚାରୀଙ୍କୁ ଚାକିରିରୁ...

ଦେଶର ଶ୍ରେଷ୍ଠ ଥାନା ତାଲିକାରେ ଗଞ୍ଜାମର ପାଟପୁର ଥାନା

ଦିଗପହଣ୍ଡି/ପାଟପୁର,୧୬।୧୧(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ସମଗ୍ର ଦେଶର ଶ୍ରେଷ୍ଠ ଥାନା ଭାବେ ୨୦୨୪ ଆର୍ଥିକ ବର୍ଷ ତାଲିକାରେ ଗଞ୍ଜାମ ଜିଲା ପାଟପୁର ଥାନା ସ୍ଥାନ ପାଇଛି।...

ଡଙ୍ଗା ଭସାଇ ଆସିଲା ବେଳକୁ ଘରେ ବୁଲିଥିଲା କଳାକନା: ତାଲା ଭାଙ୍ଗି ନେଇଗଲେ ସବୁ…

ଜୟପୁର,୧୫ା୧୧(ପବନ ପାଣିଗ୍ରାହୀ): ଜୟପୁର ସହରର ଲିଙ୍ଗରାଜ ନଗରରେ ଏକ ବଡ଼ ଧରଣର ଚୋରି ହୋଇଛି। କେତେକ ଦୁର୍ବୁ୍‌ତ୍ତ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ...

ଏମ୍‌ପିଙ୍କ ରାଇକିଆ ପ୍ରତିନିଧି ଭାବେ ସନ୍ତୋଷ ଲେଙ୍କା ମନୋନୀତ

ରାଇକିଆ,୧୬।୧୧:(ପ୍ରଦୀପ ବେହେରା): କନ୍ଧମାଳ ଏମ୍‌ପିଙ୍କ ରାଇକିଆ ବ୍ଲକ ପ୍ରତିନିଧି ଭାବେ ସନ୍ତୋଷ ଲେଙ୍କାଙ୍କୁ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ ମନୋନୀତ କରିଛନ୍ତି । ଏ ନେଇ ଏମ୍‌ପି...

ଦିନକରେ ୬୬ ଅଧିକାରୀଙ୍କୁ ବଦଳି କଲେ ସରକାର

ଭୁବନେଶ୍ୱର,୧୬ା୧୧: ସରକାରୀସ୍ତରରେ ଶନିବାର ଏକ ବଡ଼ଧରଣର ଅଦଳବଦଳ ହୋଇଛି। ଗୋଟିଏ ଦିନରେ ୬୬ ଜଣ ଅଧିକାରୀଙ୍କୁ ବଦଳି କରିଛି ଗୃହ ବିଭାଗ। ଆଜି ଯୁଗ୍ମ ସଚିବ,...

ମହାପ୍ରଭୁ ଜଗନ୍ନାଥଙ୍କ ଜମି ହାତେଇବା ଉଦ୍ୟମ, ଜାଲିଆତି ନେଇ ଶ୍ରୀମନ୍ଦିର ପ୍ରଶାସନ…

ପୁରୀ,୧୬ା୧୧: ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳିସାହି ଥାନାରେ ଏତଲା ଦାୟର କରାଯାଇଛି। ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ଜମି...

ଜଣେ କି ଦୁଇ ଜଣ ନୁହନ୍ତି, ଏକାବେଳକେ ଟଳିପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମା ଛତିଶଗଡ଼ କାଙ୍କେର ଜିଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୫ ମାଓବାଦୀଙ୍କ ମୃତ୍ୟୁ ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri