କାଠ ଜବତ: ବେପାରୀ-ବନ କର୍ମଚାରୀଙ୍କ ଧସ୍ତାଧସ୍ତି

କୋଦଳା,୨୩ା୭(ଅମିତ କୁମାର ପଟ୍ଟନାୟକ): ଗକୋଦଳା ଏବଂ ସାତନଳ ଛକରେ ଦୀର୍ଘଦିନ ହେଲା ବେଆଇନ ଭାବେ କାଠ କଟାଯାଇ ସରଞ୍ଜାମ ତିଆରି ଚାଲିଥିଲା। ପୋଲସରା ବନବିଭାଗ ଏହା ଜାଣିବା ପରେ ରବିବାର ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି। ସାତନଲ ଛକରୁ ଜବତ ପଟାକୁ ନେବା ସମୟରେ କାଠ ବେପାରୀଙ୍କ ସମ୍ପକୀୟମାନେ ଗାଡି ନ ଛାଡିବାରୁ ବନବିଭାଗ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ ଚାପା ଉତ୍ତେଜନା ଦେଖା ଦେଇଥିଲା। ପରେ ସ୍ଥିତିକୁ ଆୟତ୍ତ କରି ଘଟଣାସ୍ଥଳରୁ ୫ ଜଣଙ୍କୁ ବନ ବିଭାଗ ନେଇ ଅଟକ ରଖିଛି। ଘଟଣାର ତଦନ୍ତ ଚାଲିଥିବା କୋଦଳା ଫରେଷ୍ଟର ବଳରାମ ଶବର କହିଛନ୍ତି।