Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପରେ ଲଗାତାର ଦ୍ୱିତୀୟ ଦିନ ଗୁଗୁଲ୍ ଟପ୍-ସର୍ଚ୍ଚରେ ଲାକ୍ଷାଦ୍ଵୀପ

ନୂଆଦିଲ୍ଲୀ,୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ଵୀପ ଗସ୍ତରେ ଯାଇଥିବା ବେଳେ ଏହାର ସୌନ୍ଦର୍ଯ୍ୟର ପ୍ରେମରେ ପଡିଛନ୍ତି। ଏଥିସହ ବିଦେଶ ଭ୍ରମଣରେ ଯାଉଥିବା ସମସ୍ତ ଭାରତୀୟଙ୍କୁ ଲାକ୍ଷାଦ୍ଵୀପ ଆସି ବୁଲିଯିବାକୁ ଅପିଲ୍ କରିଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ଏହି ଗସ୍ତ ପରେ ସୋସିଆଲ ମିଡିଆରେ ତାଙ୍କର ଅନୁଭୂତି ଶେୟାର କରିଥିଲେ।

ଏହାପରେ ବିଶ୍ଵବ୍ୟାପୀ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ଅନୁଗାମୀ ଓ ଭାରତୀୟମାନେ ଲାକ୍ଷାଦ୍ଵୀପରେ ଭ୍ରମଣ କରିବାକୁ ଥିବା ବିଭିନ୍ନ ସ୍ଥାନ ଏବଂ ସୌନ୍ଦର୍ଯ୍ୟତା ବିଷୟରେ ଜାଣିବାକୁ ଗୁଗୁଲ୍ ରେ ସର୍ଚ୍ଚ କରି ଜାଣିବାକୁ ଚେଷ୍ଟା କରିଛନ୍ତି। ଏହି ସଂଖ୍ୟା ଏତେ ରହିଛି ଯେ, ଲଗାତାର ଦ୍ୱିତୀୟ ଦିନ ପାଇଁ ଲାକ୍ଷାଦ୍ଵୀପ ଗୁଗୁଲ୍ ଟପ୍-ସର୍ଚ୍ଚରେ ରହିଛି। ପ୍ରାୟ ୫୦,୦୦୦ ଲୋକ ଏହାକୁ ଗୁଗଲ୍ କରିବା ସହ ଶୁକ୍ରବାର ଲାକ୍ଷାଦ୍ଵୀପର ସୌନ୍ଦର୍ଯ୍ୟତା ବିଷୟରେ ଜାଣିବାକୁ ଚାହିଁଛନ୍ତି।

ଶୁକ୍ରବାର ବୈଦେଶକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ଯେ, ”ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ଵୀପ ଗସ୍ତ ପରେ ଏଠାରେ ଥିବା ଦ୍ୱୀପସମୂହ ଏବଂ ପର୍ଯ୍ୟଟନ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଯାହା ଲାକ୍ଷାଦ୍ଵୀପ ସମୃଦ୍ଧି ପାଇଁ ଅଧିକ ପରିଦର୍ଶକଙ୍କୁ ଆକୃଷ୍ଟ କରିବ। ଯେଉଁଠି ସେମାନେ ଏହାର ଅନନ୍ୟ ସଂସ୍କୃତି ଏବଂ ପରମ୍ପରାକୁ ମଧ୍ୟ ଅନୁଭବ କରିବେ। ଏଥିସହ ସେ କହିଛନ୍ତି, ଯେହେତୁ ଭାରତ ଏବେ ବିଶ୍ୱ ପର୍ଯ୍ୟଟନ ପାଇଁ ପ୍ରସ୍ତୁତ, ଆସନ୍ତୁ ଆମର ମହାନ ଦେଶର ସୌନ୍ଦର୍ଯ୍ୟ ଏବଂ ବିବିଧତା ପ୍ରଦର୍ଶନ କରିବା।”

 

Share