ଲକ୍ଷ୍ମୀ ବସ୍‌ ଧକ୍କାରେ ମୃତକଙ୍କ ପରିବାରକୁ ମିଳିଲା ସହାୟତା

ଧରାକୋଟ,୧୮ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ତଥା ବଡ଼ଗଡ଼ ଥାନା ଅଧୀନ ମଛାକୋଟ ପଞ୍ଚାୟତ ଘାଇ ଛକଠାରେ ଲକ୍ଷ୍ମୀ ବସ୍‌ ଧକ୍କାରେ କାର୍ତ୍ତିକ ନାୟକଙ୍କ ମତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକୋ କରିଥିଲେ।

ବଡଗଡ ପୋଲିସ, ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଓ ରାଜସ୍ବ ବିଭାଗ ପଦାଧିକାରୀ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବାରୁ ରାସ୍ତାରୋକୋ ହଟିଥିଲା। ପ୍ରତିଶ୍ରୁତି ମୁତାବକ ଧରାକୋଟ ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ମାଣିକ୍ୟପୁର ରାଜସ୍ବ ନିରୀକ୍ଷକ ଏସ୍‌ ଜାଗେୟା, ଅତିରିକ୍ତ ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ପୂଜାରୀ ପ୍ରମୁଖ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ରେଡକ୍ରସ ସହାୟତା ପାଣ୍ଠିର ମଞ୍ଜୁର ଆର୍ଥିକ ସହାୟତା ରାଶି ମୃତକଙ୍କ ସ୍ତ୍ରୀ ପ୍ରମିଳା ନାୟକଙ୍କୁ ପ୍ରଦାନ କରିଥିଲେ। ଏଥିସହ ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିଟିଲାଗଡରେ ରେଳ ଫ୍ଲାଏ ଓଭର ନିର୍ମାଣ ପାଇଁ ୧୮୩.୮୯ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ,୨୬।୬: ପୂର୍ବ ତଟ ରେଳବାଇର ସମ୍ବଲପୁର ଡିଭିଜନ୍ ଅଧୀନରେ ଥିବା ଟିଟିଲାଗଡ ଜଙ୍କସନ ଷ୍ଟେସନରେ ବଢୁଥିବା ରେଳ ଚଳାଚଳ ଏବଂ ଯାତାୟାତକୁ ଦୃଷ୍ଟିରେ ରଖି ରାୟପୁର-ବିଜୟାନଗରାମ,...

ନିରାକାରପୁର ରେଳ ଫାଟକରେ ପ୍ରବଳ ଭିଡ଼

ନିରାକାରପୁର,୨୬ା୬(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଉପର ବଜାରଠାରେ ଥିବା ରେଳବାଇ ଫାଟକଟିରେ ଦୈନିକ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି। ଏହା ଯୋଗୁ ଆମ୍ବୁଲାନ୍ସଠାରୁ...

ହଷ୍ଟେଲରେ ରହି ପଢ଼ିବାକୁ ଯାଇଥିଲେ, ଘରକୁ ଫେରିଲା ଛାତ୍ରୀଙ୍କ ମୃତଦେହ

ବାଲିଗୁଡ଼ା,୨୬ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ହଷ୍ଟେଲରେ ରହି ପାଠ ପଢ଼ିବାକୁ ଯାଇଥିଲେ ଜଣେ ଛାତ୍ରୀ। ହେଲେ ଘରକୁ ଫେରିଲା ତାଙ୍କ ମୃତଦେହ। ଏଭଳି ଦୁଃଖଦ ଘଟଣା ଘଟିଛି...

ଷ୍ଟଣ୍ଟ୍‌ କରୁଥିବା ବେଳେ ଆମ୍ବୁଲାନ୍ସ ସହ ମୁହାଁମୁହିଁ ପିଟି ହେଲା ବାଇକ୍‌, ଚାଲିଗଲା ଯୁବକଙ୍କ ଜୀବନ

ବାଲିଗୁଡ଼ା,୨୬ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଜୁନିୟର ମହାବିଦ୍ୟାଳୟ ନିକଟରେ ଜଣେ ଯୁବକ ବାଇକ୍‌ରେ ଷ୍ଟଣ୍ଟ କରି ଦ୍ରୁତଗତିରେ ଯାଉଥିବା...

ବଜ୍ରପାତରେ ୩ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୬: ବରଗଡ଼ ଜିଲା ପଦ୍ମପୁର ଖଲିଆପଲି ପଞ୍ଚାୟତ ଦୁଆନଡିହି ଗାଁରେ ବଜ୍ରପାତ ଯୋଗୁ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ...

ଗଛମୂଳେ ଖଟି କରୁଥିବା ବେଳେ ହେଲା ବଜ୍ରପାତ: ଚାଲିଗଲା ୩ ଜୀବନ, ଦୁଇ ଗୁରୁତର

ପଦ୍ମପୁର,୨୬ା୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଦେଓ୍ବାନଡିହିରେ ବୁଧବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁସାରେ...

ସାମ୍ବାଦିକଙ୍କୁ ପୂର୍ବତନ ମନ୍ତ୍ରୀ କୁକୁର ଲଗାଇ ଆକ୍ରମଣ ଘଟଣାର ପ୍ରତିବାଦ, ସୁରକ୍ଷା ଆଇନ ପ୍ରଣୟନ ଦାବି

ବାରିପଦା,୨୬ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଭୁବନେଶ୍ବରଠାରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ପୂର୍ବତନ ମନ୍ତ୍ରୀ କୁକୁର ଲଗାଇ ଆକ୍ରମଣ କରିବା ଘଟଣାରେ ମୟୂରଭଞ୍ଜ ଜିଲାର କାର୍ଯ୍ୟରତ ବିଭିନ୍ନ ସାମ୍ବାଦିକ ସଂଗଠନ...

ରାସ୍ତା ମଝିରେ ଗର୍ତ୍ତକୁ ନେଇ ଅସନ୍ତୋଷ

ଗଞ୍ଜାମ,୨୬ା୬(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମକୁ ଯିବା ମୁଖ୍ୟ ରାସ୍ତାରେ ଡ୍ରେନ୍‌ର ପ୍ଲେଟ୍‌ ଫାଟି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଗାଁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri