ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଲକ୍ଷ୍ମୀ ବସ୍‌ ସୁଇପରଙ୍କ ଜୀବନ

ଲୋଇସିଂହା,୧୭ା୮(ସୁଶାନ୍ତ ବାରିକ): ବଲାଙ୍ଗୀର-ବରଗଡ଼ ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡଠାରେ ଶନିବାର ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ଜୀବନ ଚାଲିଯାଇଛି। ମୃତ ଯୁବକ ଜଣକ ହେଲେ ଲୋଇସିଂହା ମିର୍ଦ୍ଧାପଡ଼ାର ସୁମନ୍ତ ପଧାନ(୨୫)। ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର, ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକେ ଫାସଡ ଛକରେ ମୃତଦେହ ରଖି ରାଜପଥ ଅବରୋଧ କରିଛନ୍ତି। ସୁମନ୍ତଙ୍କ ପରିବାରକୁ କ୍ଷତିପୂରଣ ଓ ତାଙ୍କ ଶିକ୍ଷିତ ଭଉଣୀଙ୍କୁ ସରକାରୀ ଚାକିରି ଦାବିରେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ଘଟଣାସ୍ଥଳକୁ ଜିଲା ପ୍ରଶାସନ ନ ପହଞ୍ଚିବା ଯାଏ ବିକ୍ଷୋଭ ଚାଲିବ ବୋଲି ଲୋକେ କହିଛନ୍ତି।
ପ୍ରକାଶ ଯେ, ସୁମନ୍ତ ବଲାଙ୍ଗୀର ଓଏସ୍‌ଆରଟିସି ଲକ୍ଷ୍ମୀ ବସ୍‌ର ସୁଇପର ଭାବେ କାମ କରନ୍ତି। ଡ୍ୟୁଟି ସାରି ଶନିବାର ସକାଳେ ବାଇକ୍‌ (ଓଡି ୦୩ ଏଫ୍‌ ୫୬୭୩)ରେ ବଲାଙ୍ଗୀରରୁ ଘରକୁ ଫେରୁଥିଲେ। ସୁମନ୍ତ ଫାସଡ ଯାଏ ହୋଇଥିବା ବେଳେ ବିପରୀତ ଦିଗରୁ ଆସୁଥିବା ୧୦୮ ଆମ୍ବୁଲାନ୍ସ (ଓଡ଼ି୦୨ ବିଏଚ ୪୩୧୪) ତାଙ୍କୁ ସାମ୍ନା ପଟରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସୁମନ୍ତଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସକୁ ଅଟକାଇ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଖବର ପାଇ ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇ ଯାଇଥିଲା। ୨୬ ନଂ ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାଜପଥ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି। ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘କିଛି କଟାକ୍ଷ ସମସ୍ତଙ୍କ ଜୀବନର ଅଂଶ’ : ଶ୍ୱଶୁରଙ୍କ ବିରୋଧରେ ମାମଲା ରଦ୍ଦ କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ,୨୧।୪: ଜଣେ ମହିଳାଙ୍କ ଶ୍ୱଶୁରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୪୯୮ଏ ଅନୁଯାୟୀ ହୋଇଥିବା ମାମଲାକୁ ଖାରଜ କରି ସୁପ୍ରିମ୍ କୋର୍ଟ କହିଛନ୍ତି...

ଅଂଶୁଘାତ, ବଜ୍ରପାତର ମୁକାବିଲା ପାଇଁ ସଚେତନ କଲେ ଛାତ୍ର

କର୍ଲାମୁଣ୍ଡା:୨୧।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ସଦର ସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ନେତାଜୀ ସ୍କାଉଟ୍ସ ଗ୍ରୁପ ପକ୍ଷରୁ...

CSK ଅବସ୍ଥା ଖରାପ: ଦଳର କ୍ୱାଲିଫାଏକୁ ନେଇ ମୁହଁ ଖୋଲିଲେ ଧୋନୀ

ମୁମ୍ବାଇ,୨୧।୪: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଶୋଚନୀୟ ପରାଜୟ ବରଣ କରିଛି। ଏହି ସିଜିନରେ ଚେନ୍ନାଇର ଅବସ୍ଥା ବହୁତ...

ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର STF ଟିମ୍‌

ଝାରସୁଗୁଡ଼ା,୨୧।୪: ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର ଏକ STF ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି। ମୁର୍ଶିଦାବାଦ ଦଙ୍ଗା ଘଟଣାରେ STF ଟିମ୍‌ ଏହି ଛାନଭିନ୍‌ କରୁଥିବା ସୂଚନା...

କିଏ ହେବେ ପୋପ ଫ୍ରାନ୍ସିସଙ୍କ ଉତ୍ତରାଧିକାରୀ: ଆଗରେ ଅଛି ଏମାନଙ୍କ ନାଁ

ଭାଟିକାନ୍‌ ସିଟି,୨୧।୪: ଖ୍ରୀଷ୍ଟିଆନ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ଘଟିଛି। ଭାଟିକାନ ସିଟି ଅନୁଯାୟୀ, ପୋପ ସୋମବାର ସ୍ଥାନୀୟ ସମୟ...

Viral Video: ବିବାହରେ ବରବଧୂଙ୍କୁ ବନ୍ଧୁମାନେ ଉପହାରରେ ଦେଲେ ‘ନୀଳ ଡ୍ରମ’, ପରେ ଯାହା ହେଲା ଦେଖିଲେ…

ଉତ୍ତର ପ୍ରଦେଶର ହମିରପୁରରେ ଏକ ନବ ବିବାହିତ ଦମ୍ପତିଙ୍କୁ ବିବାହ ମଞ୍ଚରେ ସେମାନଙ୍କ ବନ୍ଧୁମାନେ ଏକ ନୀଳ ଡ୍ରମ ଉପହାର ଦେଇଥିଲେ। ଏହି ଭିଡିଓ ଆଜିକାଲି...

୩ ସପ୍ତାହରେ ପ୍ରାୟ ୬,୨୦୦ ଟଙ୍କା ମହଙ୍ଗା ହେଲା ସୁନା, ଏବେର ଦାମ୍‌ ଜାଣିଲେ ଉଡିବ ହୋସ

ନୂଆଦିଲ୍ଲୀ,୨୧।୪: ହୁ ହୁ ହୋଇ ବଢ଼ିବାରେ ଲାଗିଛି ସୁନା ଦର। ସୋମବାର ଦେଶର ଫ୍ୟୁଚର୍ସ ମାର୍କେଟ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ରେକର୍ଡସ୍ତର ଛୁଇଁଛି।...

ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ, ଏସପି: ସହାୟତା କଲେ ପ୍ରଦାନ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ):ଭଞ୍ଜନଗରରେ ସୋମବାର ଜିଲାସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image