ନୂଆରୂପରେ ଆସିବ ଲକ୍ଷ୍ମୀ ବସ୍‌

ସୋନପୁର,୭।୬(ମୃତ୍ୟୁଞ୍ଜୟ ଶତପଥୀ): ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ସ୍ପଷ୍ଟ ହୋଇଛି। ତେବେ ଭାଜପା ସରକାରର ଶପଥ ସମାରୋହ ଆସନ୍ତା ୧୦ତାରିଖରେ ଜନତା ମଇଦାନ ଠାରେ ଆୟୋଜନ ହେବ। ଦଳର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବେ। ତେବେ ସୁବର୍ଣ୍ଣପୁର ଜିଲାରେ ଲକ୍ଷ୍ମୀ ବସ୍‌ଗୁଡିକରୁ ଷ୍ଟିକର ଖୋଲା ଯାଇଥିବା ଦେଖିବାକୁ ମିଳିଛି। ଲକ୍ଷ୍ମୀ ବସ୍‌ ଓ ଦୁଇ ମହିଳା ଶଙ୍ଖ ଫୁଙ୍କୁଥିବା ଭଳି ଚିତ୍ରଥିବା ଷ୍ଟିକର ବସ୍‌ର ଦୁଇପାର୍ଶ୍ୱରୁ ଖୋଲାଯାଇଛି।

ସୂଚନା ଅନୁଯାୟୀ ନିର୍ବାଚନ ଆଚରଣ ବିଧି ଲାଗୁ ହେଲା ପରେ ଲକ୍ଷ୍ମୀ ବସ୍‌ରେ ଲାଗିଥିବା ଶଙ୍ଖ ସଦୃଶ ଷ୍ଟିକରକୁ ଢାଙ୍କି ଦିଆ ଯାଇଥିଲା। ତେବେ ସରକାର ପରିବର୍ତ୍ତନ ପରେ ଷ୍ଟିକରକୁ ଖୋଲି ଦିଆଯାଇଛି। ଏ ସମ୍ପର୍କରେ ବସ୍‌ କର୍ମଚାରୀଙ୍କୁ ପଚାରିବାରୁ ସେମାନେ କିଛି କହୁନାହାନ୍ତି। ଷ୍ଟିକର ଛିଣ୍ଡି ଯାଇଥିଲା, ଖୋଲିଦେଲୁ ବୋଲି କହୁଛନ୍ତି। ଫେବୃୟାରୀ ୧୯ ତାରିଖରୁ ଜିଲାରେ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ ହୋଇଥିଲା। ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଲକ୍ଷ୍ମୀ ବସ୍‌ ଚଳାଚଳ ସେବାକୁ ଉଦ୍‌ଘାଟନ କରିଥିଲେ। ଲକ୍ଷ୍ୟଥିଲା ଗାଁ ଲୋକମାନେ ଲକ୍ଷ୍ମୀ ବସ୍‌ ଜରିଆରେ ସୁବିଧାରେ ଏବଂ କମ୍‌ ଖର୍ଚ୍ଚରେ ବ୍ଳକ ମୁଖ୍ୟାଳୟକୁ ଆସି ସେମାନଙ୍କ ଦୈନନ୍ଦିନ ଯାତାୟତ କାର୍ଯ୍ୟ କରିପାରିବେ। ପଞ୍ଚାୟତରୁ ବ୍ଲକକୁ ମହିଳାମାନେ ୫ଟଙ୍କା ଦେଇ ଯାତାୟତ କରୁଥିଲେ। ଜିଲାର ୬ଟି ବ୍ଲକକୁ ପ୍ରଥମ ପର୍ଯ୍ୟାୟରେ ୧୨ଟି ବସ୍‌ ଯୋଗାଇ ଦିଆ ଯାଇଥିଲା। ପରେ ଆଉ ୯ଟି ବସ୍‌ ଆସିଥିଲା। ୨୧ଟି ବସ୍‌ ଜିଲାରେ ଯାତାୟତ କରୁଥିଲା ବେଳେ ସବୁ ବସ୍‌ରୁ ଷ୍ଟିକରକୁ ଗୁରୁବାର ହଟାଇ ଦିଆଯାଇଛି।

ଏ ସମ୍ପର୍କରେ ସୁବର୍ଣ୍ଣପୁର ଡିଏମ୍‌ ଓ ଏସ୍‌ଆରଟିସି ଜୟଶ୍ରୀ ମାନସି ଲକ୍ଷ୍ମୀ କହିଛନ୍ତି, ନିର୍ବାଚନ ଆଚରଣ ବିଧି କାରଣରୁ ଷ୍ଟିକରକୁ ଘୋଡାଇ ଦିଆଯାଇଥିଲା। କିଛି ଷ୍ଟିକର ଛିଣ୍ଡି ଯାଇଥିଲା। ବସ୍‌ ଯିବା ଆସିବା ସମୟରେ କିଛି ଯାତ୍ରୀ ଷ୍ଟିକର ଖୋଲି ଦେଇଥିଲେ। ଲକ୍ଷ୍ମୀ ବସ୍‌ ଯୋଜନା ବନ୍ଦ ହେବନାହିଁ। ନୂଆ ବ୍ରାଣ୍ଡିଂ ଅର୍ଥାତ ରୂପରେଖ ବଦଳା ଯାଇ ଚାଲିବ ବୋଲି କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri