ଗଣେଶ ଚତୁର୍ଥୀ ଅବସରରେ ଦୀପିକାଙ୍କ ଘରକୁ ଆସିଲେ ଲକ୍ଷ୍ମୀ

ମୁମ୍ବାଇ: ନିକଟରେ ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଅଭିନେତ୍ରୀ ପ୍ରସବ ପୂର୍ବରୁ ବାପ୍ପାଙ୍କ ଆଶୀର୍ବାଦ ନେବାକୁ ଯାଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ବାହାରେ ସ୍ପଟ କରାଯାଇଥିଲା।

ଏପଟେ ପ୍ରଶଂସକମାନେ ଖୁସି ଖବର ପାଇବା ପାଇଁ ଅପେକ୍ଷା କରିଥିବା ବେଳେ ଶେଷରେ ସେମାନଙ୍କ ଅପେକ୍ଷାର ଅନ୍ତ ହୋଇଛି। ଦୀପିକା ପାଦୁକୋନ ଓ ରଣବୀର ସିଂ ପ୍ୟାରେଣ୍ଟସ ହୋଇଛନ୍ତି। ଦୀପିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

ନିକଟରେ ଦୀପିକା ସିଦ୍ଧିବିନାୟକ ମନ୍ଦିର ଗଣେଶଙ୍କ ଆଶୀର୍ବାଦ ନେଇଥିଲେ। ଗ୍ରୀନ କଲର ବନାରସୀ ଶାଢିରେ ଖୁବ ସୁନ୍ଦର ଲାଗୁଥିଲେ ଅଭିନେତ୍ରୀ। ତାଙ୍କ ମୁହଁରେ ପ୍ରେଗ୍ନେସି ଗ୍ଲୋ ସ୍ପଷ୍ଟ ଦେଖାଯାଉଥିଲା। ଯେତେବେଳେ ରଣବୀର ତାଙ୍କ ଲେଡି ଲଭଙ୍କ ସମ୍ପୂର୍ଣ୍ଣ ଯତ୍ନ ନେଉଥିବାର ନଜର ଆସିଥିଲେ।
ଏହା ପରେ ଗଣେଶ ଚତୁର୍ଥୀ ଅବସରରେ ତାଙ୍କ କାର ମୁମ୍ବାଇର ଗିରଗାମ ଚୌପଟିର ସାର୍‌ ଏଚ ଏଚ ରିଲାଏନ୍ସ ହସ୍ପିଟାଲ ବାହାରେ ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଅଭିନେତ୍ରୀ ତାଙ୍କ ପ୍ରେଗ୍ନେସି ଫଟୋଶୁଟ କରିଥିଲେ। ଏହାର ଥିମ୍‌ ବ୍ଲାକ ରହିଥିଲା। ଦୀପିକାଙ୍କ ସହ ରଣଭୀର ସିଂଙ୍କୁ ମଧ୍ୟ କିଛି ଫଟୋରେ ଦେଖିବାକୁ ମିଳିଥିଲା ଯେଉଁଥିରେ ଅଭିନେତ୍ରୀ ତାଙ୍କ ବେବେି ବମ୍ପ ପ୍ଲାଣ୍ଟ କରୁଥିବା ଦେଖାଯାଇଥିଲା। ଏହି ଫଟୋଗୁଡ଼ିକ ମାଧ୍ୟମରେ ଅଭିନେତ୍ରୀ ଅନେକ ଟ୍ରୋଲରକୁ ମଧ୍ୟ ଚୁପ କରିଦେଇଥିଲେ। ସୂଚନାଯୋଗ୍ୟ, ଅନେକ ପ୍ରଶଂସକ ଦୀପିକାଙ୍କ ବେବେି ବମ୍ପକୁ ଫେକ୍‌ ବୋଲି କହି ତାଙ୍କୁ ଟ୍ରୋଲ କରୁଥିଲେ।
ସୂଚନାଯୋଗ୍ୟ, ଏହି ଦମ୍ପତି ୨୦୧୮ରେ ବିବାହ କରିଥିଲେ ଏବଂ ବର୍ତ୍ତମାନ ୬ବର୍ଷର ବିବାହ ପରେ ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ଏହି ଖବର ଆସିବା ପରେ ପ୍ରଶଂସକ ଏବଂ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Share