ଚାଳିଆ ତଳେ ବିତୁଛି ଲକ୍ଷ୍ମୀଙ୍କ ଜୀବନ

ମହାକାଳପଡ଼ା,୨୧।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ପେଟଛେଲା ପଞ୍ଚାୟତ କେନ୍ତିଆ ଗ୍ରାମର ଅସହାୟ ବୃଦ୍ଧା ଲକ୍ଷ୍ମୀ ପ୍ରଧାନଙ୍କୁ ୭୫ ଛୁଇଲାଣି ା ଚାଲିବା ପାଇଁ ବଳ ନାହିଁ ା ଆଖିକୁ ଭଲ ଦିଶୁନି। ଏହି ବୟସରେ ପାଖରେ ରହି ଆହା ପଦେ କହିବା ପାଇଁ କେହି ନାହାନ୍ତି ା ୨ ଭେଣ୍ଡିଆ ପୁଅ ଥିଲେ ମଧ୍ୟ ସେମାନେ ନିଜ ପିଲା ଛୁଆଙ୍କୁ ଧରି ଅନ୍ୟତ୍ର ଅଛନ୍ତି। ସ୍ବାମୀ ବି ଲକ୍ଷ୍ମୀ କଥା ବୁଝୁ ନାହାନ୍ତି ା ଚଳିତ ମହାନଦୀର ବନ୍ୟା ଲକ୍ଷ୍ମୀଙ୍କୁ ଆହୁରି ଦୁଃଖ ଦେଇଛି ା ଏବେ ନୁଆଁଣିଆ କୁଡ଼ିଆ ତଳେ ଲକ୍ଷ୍ମୀଙ୍କ ଜୀବନ ବିତୁଛି ା ସେହି କୁଡ଼ିଆକୁ ଘେରି ରହିଛି ମହାନଦୀ ବନ୍ୟା ଜଳ ା ରାତି ହେଲେ ସରୀସୃପ ଭୟ ା ବନ୍ୟା ଜଳ ମାଡ଼ି ଆସିବା ଯୋଗୁ ଲକ୍ଷ୍ମୀ ଆଉ ରୋଷେଇ କରି ପାରୁନାହାନ୍ତି ା ଅନୁକୂଳ ପାଗ ଥିଲେ ଲକ୍ଷ୍ମୀ ଗାଁ ଓ ପଡ଼ୋଶୀ ଘରୁ ଯାହା ମିଳେ ତାକୁ ଖାଇ ଚଳି ଯାଆନ୍ତି ା ହେଲେ ଏବେ ବନ୍ୟାରେ କହା ଘରକୁ ସେ ଯାଇ ପାରୁ ନାହାନ୍ତି ା ଗାଁର କେତେଜଣ ସହୃଦୟ ବ୍ୟକ୍ତି ଲକ୍ଷ୍ମୀଙ୍କ ଦୁଃଖ ଦେଖି କେତେବେଳେ ଗଣ୍ଡେ ଭାତ ଦେଉଛନ୍ତି ା ବନ୍ୟାଜଳ ଘେରରେ ଦିନ କାଟୁଥିବା ଲକ୍ଷ୍ମୀ ୪ ଦିନ ହେବ ଭୋକ ଉପାସରେ ଭାଗ୍ୟକୁ ଆଦରି ରହିଛନ୍ତି। ପ୍ରଶାସନ ବନ୍ୟା ଘେରରେ ଥିବା ବନ୍ୟା ବିପନ୍ନଙ୍କୁ ଉଚ୍ଚ ଓ ସୁରକ୍ଷିତ ସ୍ଥାନକୁ ନେଇ ଥଇଥାନ କରିଛନ୍ତି ା ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି ା ହେଲେ ଲକ୍ଷ୍ମୀଙ୍କ କ୍ଷେତ୍ରରେ ତାର ବ୍ୟତିକ୍ରମ ଦେଖାଯାଇଛି। ଏପରି ପରିସ୍ଥିତିରେ ପାଣି ଘେରରେ ଥିବା ଲକ୍ଷ୍ମୀଙ୍କର ଯଦି କୌଣସି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବେ ବୋଲି ସାମାଜିକ କର୍ମୀ ବିରଞ୍ଚି ନାରାୟଣ ଦାସ ପ୍ରଶ୍ନ କରିଛନ୍ତି ା