Advertisement

ସୋସିଆଲ ମିଡିଆରୁ ଶିଖି ଲକ୍ଷପତି ଦିଦିଙ୍କ ଲଡୁ ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୪(ଅରୁଣ ସାହୁ): ରାଜ୍ୟରେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ସପ୍ତାହରେ ତିନିଦିନ ପୁଷ୍ଟିକର ଲଡ଼ୁ ଖାଇବାକୁ ଦିଆଯିବ ଏହି ବ୍ୟବସ୍ଥା କରାଯିବା ପାଇଁ ରାଜ୍ୟ ସରକାର ଘୋଷଣା କରିବା ପରେ ଶିକ୍ଷକ ମହଲରେ ଲଡ଼ୁ କେଉଁଠୁ ଆଣିବେ ତାହା ପଡ଼ିଛି। ଚିନ୍ତା ଯିଏ ଯାହାକୁ ଜାଣିଛି ସେହି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଲଡ଼ୁ ପାଇଁ ଅର୍ଡର ଦେବା ଆରମ୍ଭ କରିସାରିଲେଣି। ଏହିକ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ମଧ୍ୟ ବିଭିନ୍ନ ବିଦ୍ୟାଳୟ ପୁଷ୍ଟିକର ଲଡ଼ୁ କେଉଁଠୁ ଆଣିବେ ଚିନ୍ତାରେ ପଡ଼ିଲେଣି ଆଉ ଅର୍ଡର ଦେବା ଆରମ୍ଭ କରିସାରିଲେଣି। କିଛି ଶିକ୍ଷୟିତ୍ରୀଶିକ୍ଷକମାନେ ମଧ୍ୟ ୟୁଟ୍ୟୁବ୍‌ ଦେଖି ଏହା ପ୍ରସ୍ତୁତ ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ଲଡ଼ୁର କିଭଳି ମାନ ରହିବ ସେନେଇ ମଧ୍ୟ ଚିନ୍ତା ବଢ଼ିଛି ବୋଲି କୁହାଯାଉଛି। ତେବେ ପୁଷ୍ଟିକର ଲଡ଼ୁ ପ୍ରସ୍ତୁତି ପାଇଁ ଫାଇଦା ଏବେ ଘରେ ବେକାର ଥିବା ମହିଳାଙ୍କୁ ରୋଜଗାର ମିଳିଯିବ ଆଉ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ମଧ୍ୟ ଏହି ଲଡ଼ୁ ପ୍ରସ୍ତୁତି କରି ଭଲ ୨ ପଇସା ରୋଜଗାର ମିଳିଯିବ। ହେଲେ ହାତ ଗଣତି କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାରଙ୍କ ସହାଭାଗିତାରେ ଶ୍ରୀ ଅନ୍ନ ଅଭିଯାନରେ କାର୍ଯ୍ୟ କରୁଥିବା ଜାଗୃତି ଅନୁଷ୍ଠାନ ପକ୍ଷରୁ ଏକାଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କ୍ଷୁଦ୍ର ଦାନା ଶସ୍ୟରେ ପ୍ରସ୍ତୁତି ମାଣ୍ଡିଆ ଲଡ଼ୁ, କାକେରା ଆଡିସା, ପିଆଜି, ପକୋ ଗୁଲୁଗୁଲା, କାଙ୍ଗୁ ଖିରି, ଆଦି ପ୍ରସ୍ତୁତି ଶିଖାଯାଇଥିବା ବେଳେ ଦାରିଙ୍ଗବାଡ଼ି ଅଞ୍ଚଳରେ ବହୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏହା ପ୍ରସ୍ତୁତି ଜଣାନାହିଁ ସେମାନେ ଏବେ ସାମାଜିକ ଗଣମାଧ୍ୟମରୁ ଦେଖି ଲଡ଼ୁ ପ୍ରସ୍ତୁତି ଶିଖିବା ସହ ପ୍ରସ୍ତୁତ କରି ଏକାଧିକ ବିଦ୍ୟାଳୟର ଅର୍ଡର ଧରିବା ଆରମ୍ଭ କରିସାରିଛନ୍ତି। ଜିଲାର ପ୍ରଥମ ଲକ୍ଷପତି ଦିଦି ଭାବେକେନ୍ଦ୍ର ସରକାର ଘୋଷଣା କରିଥିବା ଝରଣା ସାହୁ ମଧ୍ୟ ଏହି ଲଡ଼ୁର ପ୍ରସ୍ତୁତି ପାଇଁ ଆଗକୁ ଆସିଛନ୍ତି। ସେ ଏହାର ମାନକୁ ଗୁରୁତ୍ୱ ଦେଇ ପରୀକ୍ଷାମୂଳକ ଭାବେ କିଛି ବିଦ୍ୟାଳୟକୁ ଲଡ଼ୁ ଯୋଗାଇ ଦେବାକୁ ସେ ମାଣ୍ଡିଆ, ବାଦାମ, ରାଶି, କାଜୁ,ଦେଶୀ ଘିଅ,ଗୁଡ଼ ଆଦି ମିଶାଇ ସୁସ୍ବାଦୁ ପୁଷ୍ଟିକର ଲଡ଼ୁ ପ୍ରସ୍ତୁତି କରୁଥିବା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: laddu