Categories: ଖେଳ

ଜାପାନ ଓପନ ସେମିଫାଇନାଲରେ ଲକ୍ଷ୍ୟ ସେନ

ଟୋକିଓ,୨୭ା୭: ଭାରତର ଅଗ୍ରଣୀ ଖେଳାଳି ଲକ୍ଷ୍ୟ ସେନ ଜାପାନ ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଏଚ୍‌ଏସ୍‌ ପ୍ରଣୟ ଏବଂ ଚିରାଗ ଶେଟ୍ଟି ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ବିଶ୍ୱର ୧୩ ନମ୍ବର ଖେଳାଳି ସେନ୍‌ ସ୍ଥାନୀୟ ଖେଳାଳି ୩୩ତମ ର଼୍ୟାଙ୍କିଙ୍ଗପ୍ରାପ୍ତ କୋକି ଓ୍ବାତାନାବେଙ୍କୁ ୨୧-୧୫, ୨୧-୧୯ରେ ପରାସ୍ତ କରିଛନ୍ତି।

କାନାଡା ଓ ଯୁକ୍ତରାଷ୍ଟ୍ର ଆମେରିକା ପରେ ଏହା ହେଉଛି ତାଙ୍କର କ୍ରମାଗତ ତୃତୀୟ ସେମିଫାଇନାଲ। ବର୍ତ୍ତମାନର ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ସେମିଫାଇନାଲରେ ୫ମ ସିଡ୍‌ ଇଣ୍ଡୋନେସିଆର ଜୋନାଥନ ଖ୍ରିଷ୍ଟିଙ୍କ ସହିତ ମୁକାବିଲା କରିବେ। ବିଶ୍ୱର ୧୦ ନମ୍ବର ମାନ୍ୟତାପ୍ରାପ୍ତ ପ୍ରଣୟ ଲଢୁଆ ପ୍ରଦର୍ଶନ କରି ବିଶ୍ୱର ନମ୍ବର ଓ୍ବାନ ଡେନ୍‌ମାର୍କର ଭିକ୍ଟର ଏକ୍ସେଲ ସେନ୍‌ଙ୍କଠାରୁ ହାରିଯାଇଛନ୍ତି। ଅନ୍ୟପକ୍ଷରେ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ଓ ଚିରାଗ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଅଲିମ୍ପିକ ଚାମ୍ପିୟନ ଚାଇନିଜ ତାଇପେର ଲି’ ୟାଙ୍ଗ ଓ ଓ୍ବାଙ୍ଗ୍‌ ଚି-ଲାନଙ୍କଠାରୁ ୧୫-୨୧, ୨୫-୨୩, ୧୬-୨୧ରେ ହାରିଯାଇଛନ୍ତି। ଫଳରେ ସେମାନଙ୍କ କ୍ରମାଗତ ୧୨ ମ୍ୟାଚ ବିଜୟରେ ବ୍ରେକ୍‌ ଲାଗିଛି।