Categories: ଖେଳ

କ୍ୱାର୍ଟର ଫାଇନାଲରେ ପହଞ୍ଚିଲେ ସିନ୍ଧୁ, ସେନ୍‌

କାଲଗାରି,୭ା୭: ଦୁଇ ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଓ ଲକ୍ଷ୍ୟ ସେନ୍‌ କାନାଡା ଓପନ ସୁପର  ଟୁର୍ନାମେଣ୍ଟର ଯଥାକ୍ରମେ ମହିଳା ଓ ପୁରୁଷ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସିନ୍ଧୁ ବିପକ୍ଷ ଖେଳାଳି ଜାପାନ ନାତସୁକି ନିଦାଇରାଙ୍କଠାରୁ ଓ୍ବାକଓଭର ପାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇପାରିଛନ୍ତି। ଅନ୍ୟପକ୍ଷରେ ସେନ୍‌ ବ୍ରାଜିଲର ଓ୍ବାଇଗୋର କୋଲ୍‌ହୋଙ୍କ ବିପକ୍ଷରେ ୨୧-୧୫, ୨୧-୧୧ରେ ବିଜୟ ହାସଲ କରିଛନ୍ତି। ସିନ୍ଧୁ ୨୦୨୨ ଇଣ୍ଡୋନେସିଆ ମାଷ୍ଟର୍ସ ଚାମ୍ପିୟନ ଗାଓ ଫାଙ୍ଗ୍‌ ଜିଙ୍କୁ ଭେଟିବେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ସେନ୍‌ ବେଲ୍‌ଜିୟମର ଜୁଲିଏନ୍‌ କାରାଗୁଙ୍କୁ ଭେଟିବେ। କିନ୍ତୁ କ୍ରିଷ୍ଣା ପ୍ରସାଦ ଗରଗା ଓ ବିଷ୍ଣୁବର୍ଦ୍ଧନ ଗୌଡ଼ ପଞ୍ଜାଲା ପ୍ରି-କ୍ୱାର୍ଟର ପର୍ଯ୍ୟାୟ ଅତିକ୍ରମ କରିପାରି ନାହାନ୍ତି।

Share