Categories: ଖେଳ

ଟାଇଟଲ ହାତେଇଲେ ସେନ୍‌

କାଲଗାରି,୧୦ା୭: ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ କାନାଡା ଓପନ୍‌ ବିଡବ୍ଲ୍ୟୁଏଫ୍‌ ସୁପର୍‌ ୫୦୦ ଟାଇଟଲ ବିଜୟୀ ହୋଇଛନ୍ତି। ଫାଇନାଲରେ ମ୍ୟାଚ୍‌ରେ ଅଲ୍‌ ଇଂଲଣ୍ଡ ଚାମ୍ପିୟନ ଚୀନ୍‌ର ଲି ଶି ଫେଙ୍ଗଙ୍କୁ ୨୧-୧୮ ଓ ୨୨-୨୦ ସେଟ୍‌ରେ ପରାସ୍ତ କରିଛନ୍ତି।

ଇଣ୍ଡିଆନ ଓପନ ପରେ ଏହା ଲକ୍ଷ୍ୟ ସେନ୍‌ଙ୍କ କ୍ୟାରିୟରର ଦ୍ୱିତୀୟ ଟାଇଟଲ୍‌। ୨୧ ବର୍ଷୀୟ ସେନ୍‌ ଚଳିତ ସିଜନରେ ନିଜର ପ୍ରଥମ ଟାଇଟଲ ହାସଲ କରିଛନ୍ତି। ଟାଇଟଲ ବିଜୟ ତାଙ୍କର ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହେବ ବୋଲି ସେ କହିଛନ୍ତି। ଫାଇନାଲରେ ସେନ୍‌ ସ୍ପିଡ୍‌ ଓ ପାଓ୍ବାରର ଚମତ୍କାର ପ୍ରଦର୍ଶନ ଦେଖାଇଥିଲେ।

Share