Posted inଜାତୀୟ

ଲାଲକୃଷ୍ଣ ଆଡଭାଣୀଙ୍କ ବାସଭବନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଜନ୍ମଦିନକୁ ନେଇ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୮।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା, ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ ବୁଧବାର ୯୬ ବର୍ଷରେ ପାଦ ରଖିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ପହଞ୍ଚି ଆଡଭାଣୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଆଡଭାଣୀ ସଚ୍ଚୋଟତା ଏବଂ ପ୍ରତିବଦ୍ଧତାର ପ୍ରତୀକ। ତାଙ୍କର ଦୂରଦର୍ଶି ନେତୃତ୍ୱ ରାଷ୍ଟ୍ରୀୟ ପ୍ରଗତି ଏବଂ ଏକତା ବଢ଼ାଇବା ଦିଗରେ ପ୍ରମୁଖ ଯୋଗଦାନ ଦେଇଛି ବୋଲି ମୋଦି କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜେପି ନଡ୍ଡା ପ୍ରମୁଖ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ଆଡଭାଣୀଙ୍କ ସହ ଭେଟକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ନିଜର ‘ଏକ୍ସ’ ହ୍ୟାଣ୍ଡେଲରେ ଫଟୋ ଶେୟାର କରି କହିଛନ୍ତି, ଲାଲକୃଷ୍ଣ ଆଡଭାଣୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ସେ ସଚ୍ଚୋଟତା ଏବଂ ପ୍ରତିବଦ୍ଧତାର ପ୍ରତୀକ। ତାଙ୍କର ଦୂରଦର୍ଶି ନେତୃତ୍ୱ ରାଷ୍ଟ୍ରୀୟ ପ୍ରଗତି ଏବଂ ଏକତା ବଢ଼ାଇବା ଦିଗରେ ପ୍ରମୁଖ ଯୋଗଦାନ ଦେଇଛି, ଯାହାଫଳରେ ଆମ ଦେଶ ମଜଭୂତ ହୋଇଛି। ମୁଁ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁର କାମନା କରୁଛି। ’


Enter your email to get our daily news in your inbox.

All Right Reserved By Dharitri.Com

‘କେଦାରନାଥରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା ଜାରି ହେଉ’; ଭାଜପା ବିଧାୟିକାଙ୍କ ମନ୍ତବ୍ୟକୁ ନେଇ ବିବାଦ

ଡେରାଡୁନ୍‌, ୧୬।୩: କେଦାରନାଥ ଧାମ୍‌ରେ ଅଣହିନ୍ଦୁଙ୍କ ପ୍ରବେଶ ଏବଂ ଗତିବିଧି ଉପରେ କଟକଣା ଲଗାଯିବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏନେଇ କେଦାରନାଥର ଭାଜପା ବିଧାୟିକା ଆଶା...

ସୁନା ପରେ ବେଙ୍ଗାଲୁରୁ ବିମାନବନ୍ଦରରୁ ଜବତ ହେଲା ଡ୍ରଗ୍ସ; ୨ ମହିଳା ଗିରଫ

ମାଙ୍ଗାଲୁରୁ,୧୬ା୩: ବେଙ୍ଗାଲୁରୁ ବିମାନବନ୍ଦରରୁ ୩୭ କିଲୋଗ୍ରାମ୍‌ ଡ୍ରଗ୍ସ ସହ ନାଇଜେରିଆର ୨ ମହିଳାଙ୍କୁ ଗିରଫ କରାଯାଇଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୭୫ କୋଟି ଟଙ୍କା ହେବ।...

ଟ୍ରମ୍ପଙ୍କୁ ବିଶ୍ୱାସ କଲେ ମୋଦି, ପାକିସ୍ତାନକୁ ନେଇ କହିଲେ ଏମିତି…

ନୂଆଦିଲ୍ଲୀ,୧୬ା୩: ପ୍ରସିଦ୍ଧ ପୋଡକାଷ୍ଟର ଏବଂ ଏଆଇ ଗବେଷକ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରିଛନ୍ତି। ସେ ଚାଇନା-ଭାରତ...

ଯୁବପିଢ଼ିଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ: ”ଧୈର୍ଯ୍ୟ ରଖନ୍ତୁ, ଜୀବନରେ କୌଣସି ସର୍ଟକଟ୍ ନାହିଁ”

ନୂଆଦିଲ୍ଲୀ,୧୬ା୩: ପଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନଙ୍କ ସହ ୩ ଘଣ୍ଟା ଧରି ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବପିଢ଼ିଙ୍କୁ ସର୍ଟକଟ୍ ନ ନେବାକୁ ଏବଂ ଧୈର୍ଯ୍ୟ...

‘୧୪୦ କୋଟି ଭାରତୀୟ ମୋ’ ଶକ୍ତି’

ନୂଆଦିଲ୍ଲୀ,୧୬ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡ୍‌ମ୍ୟାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଏହି ପୋଡକାଷ୍ଟରେ, ତାଙ୍କ ପିଲାଦିନ,...

ସଠିକ ସମୟରେ ଖାଦ୍ୟ ପହଞ୍ଚାଉଥିବା ଡେଲିଭରୀ ବୟଙ୍କୁ CPR ଟ୍ରେନିଂ

ନୂଆଦିଲ୍ଲୀ,୧୬।୩: ଜେଞ୍ଜୋ 5G ଆମ୍ବୁଲାନ୍ସ ସର୍ଭିସେସର ଏକ ପଦକ୍ଷେପ ଏବେ ଭାରତର ବିଭିନ୍ନ ରାଜ୍ୟ ଏବଂ ସହରରେ ଜୋମାଟୋ ଡେଲିଭରି ବୟମାନଙ୍କୁ ରାସ୍ତାରେ ଜରୁରୀକାଳୀନ ପରିସ୍ଥିତିରେ...

୩୦୦ ବର୍ଷ ଧରି ଔରଙ୍ଗଜେବଙ୍କ କବର ରକ୍ଷଣାବେକ୍ଷଣ କରିଆସୁଛି ଏହି ପରିବାର…ଜାଣନ୍ତୁ କେତେ ମିଳୁଛି ଟଙ୍କା?

ମୁମ୍ବାଇ,୧୬।୩: ରାଜନୈତିକ ବୟାନବାଜିକୁ ନେଇ ଆଜିକାଲି ଚର୍ଚ୍ଚାରେ ରହିଛି ଔରଙ୍ଗଜେବଙ୍କ ନାମ। ମହାରାଷ୍ଟ୍ରର ସମ୍ଭାଜୀ ନଗରରେ ଥିବା ଔରଙ୍ଗଜେବଙ୍କ ସମାଧିକୁ ନେଇ ବିବାଦ ଉପୁଜିଛି। କୁହାଯାଏ...

ତେଜ ପ୍ରତାପ ଯାଦବଙ୍କ ‘ନାଚ ନଚେତ୍ ନିଲମ୍ବିତ’ ଆଦେଶରେ ନାଚିବାରୁ ବିହାର ପୋଲିସ କର୍ମଚାରୀଙ୍କୁ ବହିଷ୍କାର

ନୂଆଦିଲ୍ଲୀ, ୧୬।୩: ବିହାର ବିଧାୟକ ତେଜ ପ୍ରତାପ ଯାଦବଙ୍କ ଅଙ୍ଗରକ୍ଷୀ ଭାବରେ ନିଯୁକ୍ତ ଜଣେ ପୋଲିସ କନଷ୍ଟେବଳଙ୍କୁ ବିଧାୟକଙ୍କ ନିର୍ଦ୍ଦେଶରେ ୟୁନିଫର୍ମ ପିନ୍ଧି ନାଚିବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image