Categories: ଜାତୀୟ

୯୩ ବର୍ଷରେ ଆଡଭାନୀ: ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୮ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ ୯୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି । ମୋଦି କହିଛନ୍ତି ଆଡଭାନୀ ଦଳର କୋଟି କୋଟି କର୍ମୀଙ୍କ ସହ ଦେଶବାସୀଙ୍କ ପ୍ରତ୍ୟେକ୍ଷ ପ୍ରେରଣା ସ୍ରୋତ । ଟୁଇଟ୍ କରି ମୋଦି ଲେଖିଛନ୍ତି, ଭାଜପାକୁ କୋଟି କୋଟି ଜନତାଙ୍କ ନିକଟରେ ପହଞ୍ଚାଇବା ସହ ଦେଶର ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଶ୍ରଦ୍ଧେୟ ଆଡଭାନୀଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭକାମନା । ମୋଦିଙ୍କ ବ୍ୟତୀତ ଭାଜପାର ବହୁ ନେତା ମଧ୍ୟ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

Share