କାଠମାଣ୍ଡୁ ଶୁଟଆଉଟରେ ଜାଲ ନୋଟ ବ୍ୟବସାୟୀ ଲାଲ ମହମ୍ମଦ ନିହତ

କାଠମାଣ୍ଡୁ,୨୦ ।୯: ନେପାଳର ରାଜଧାନୀ କାଠମାଣ୍ଡୁରେ ଖୋଲାଖୋଲି ଭାବେ ଗୁଳି ମାରି ଯେଉଁ ବ୍ୟକ୍ତିଙ୍କୁ ମାରି ଦିଆଯାଇଛି ସେ ହେଉଛନ୍ତି ଭାରତୀୟ ଜାଲ ନୋଟର ବ୍ୟବସାୟୀ ଲାଲ ମହମ୍ମଦ ଓରଫ ମହମ୍ମଦ ଦର୍ଜି । ନେପାଳରେ ଥିବା ଦାଉଦ ଇବ୍ରାହିମଙ୍କ ନିକଟତମ ୟୁନୁସ ଅନସାରୀଙ୍କ ଗ୍ୟାଙ୍ଗରେ ରହି ଲାଲ ମହମ୍ମଦ ଓରଫ ମହମ୍ମଦ ଦର୍ଜି ନେପାଳ ଦେଇ ପାକିସ୍ତାନରୁ ଭାରତକୁ ନକଲି ଭାରତୀୟ ନୋଟ ପଠାଉଥିଲେ । ନକଲି ନୋଟ କାରବାର ସମୟରେ କମିଶନ ଟଙ୍କାକୁ ନେଇ ଏମାନେ ନିଜ ନିଜ ଭିତରେ ଟଣାଭିଡା ହେଉଥିଲେ । ଏହି ଜାଲ ନୋଟ କାରବାରେ ଜଡିତ ଥିବା ନେପାଳର ବାରା ଜିଲାର ବଳରାମ ପଟୁୱାଙ୍କୁ କାଠମାଣ୍ଡୁରେ ହିଁ ଗୁଳିକରି ହତ୍ୟା କରାଯାଇଥିଲା । ପୋଲିସ ରେକର୍ଡ ଅନୁଯାୟୀ, ଜୁଲାଇ ୪, ୨୦୦୭ରେ କାଠମାଣ୍ଡୁର ଅନାମନଗରରେ ନକଲି ନୋଟ ବ୍ୟବସାୟୀ ପଟୁୱାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ ଲାଲ ମହମ୍ମଦ ସମେତ ନେପାଳର ଡି କମ୍ପାନୀର ଶାର୍ପ ଶୁଟର ମୁନ୍ନା ଖାଁ ଓରଫ ଇଲତାଫ ହୁସେନ ଅନସାରୀଙ୍କୁ ପୋଲିସ ଗିରଫ କରିଥିଲା । କୋର୍ଟ ଉଭୟଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଲାଲ ମହମ୍ମଦଙ୍କ ପରିବାରର କହିବା କଥା ହେଲା ୭ ଜୁଲାଇ ୨୦୧୭ରେ ସେ ଜେଲରୁ ମୁକୁଳି ଆସିଥିଲେ । ଏହାପରେ ସେ କାଠମାଣ୍ଡୁର ଗୋଠାଟାରରେ ଗାର୍ମେଣ୍ଟ ବ୍ୟବସାୟ ଆରମ୍ଭ କରିଥିଲେ । ଆପରାଧିକ ପୃଷ୍ଠଭୂମି ଥିବାରୁ ଗ୍ୟାଙ୍ଗୱାରରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି । ଜାଲ ନୋଟ କାରବାର ସମୟରେ ଲାଲ ମହମ୍ମଦ ମୋହମ୍ମଦ ଦର୍ଜି, ଲାଲ ଅନସାରୀ, ଲାଲ ଥାପାଜୀ ସମେତ ଅନେକ ନାମରେ ପରିଚିତ ଥିଲେ । ଲାଲ ମହମ୍ମଦଙ୍କ ହତ୍ୟା ପରେ ପୁଣିଥରେ ଜାଲ ନୋଟ ବ୍ୟବସାୟୀଙ୍କ ମଧ୍ୟରେ ଗ୍ୟାଙ୍ଗୱାର ଆରମ୍ଭ ହୋଇଯିବା ଓ ନିଜ ନିଜ ମଧ୍ୟରେ କନ୍ଦଳ ଯୋଗୁ ପରସ୍ପରକୁ ହତ୍ୟା କରିବା ଭଳି ପୁରୁଣା ଘଟଣା ପୁଣିଥରେ ତାଜା ହୋଇଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ୟେମେନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୧୯ା୧୨: ଇସ୍ରାଏଲ୍‌ର କେନ୍ଦ୍ରୀୟ ଅଞ୍ଚଳକୁ ଟାର୍ଗେଟ କରି ହୁଟି ବିଦ୍ରୋହୀ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ଜେରୁଜେଲମ୍‌ ପକ୍ଷରୁ ଗୁରୁବାର ଏହି ସଂଗଠନ ନିୟନ୍ତ୍ରଣରେ ଥିତ୍ବା...

PM ମୋଦି ମୋର ବନ୍ଧୁ…ପୁଟିନ କହିଲେ ‘ତାଙ୍କ ସହ ଚା’ ପିଇବାକୁ…

ମସ୍କୋ,୧୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ମୋଦି ତାଙ୍କର ଜଣେ ଭଲ ବନ୍ଧୁ। ବିଶ୍ୱର ରାଜନୈତିକ ନେତାଙ୍କ...

ବାଂଲାଦେଶ ବିରୋଧରେ କଟକଣା ଲଗାଇବାକୁ ଆମେରିକା ଆଇନ ପ୍ରଣେତାଙ୍କ ଦାବି

ଓ୍ବାଶିଂଟନ,୧୯ା୧୨: ବାଂଲାଦେଶରେ ମାନବାଧିକାର ଉଲ୍ଲଂଘନ ସଙ୍କଟ ବଢ଼ୁଥିବାରୁ ଏହି ଦେଶ ବିରୋଧରେ ନିର୍ଦ୍ଦିଷ୍ଟ କଟକଣା ଲଗାଇବାକୁ ଆମେରିକା ଆଇନ ପ୍ରଣେତା ସଦସ୍ୟମାନେ ଦାବି କରିଛନ୍ତି। ଏହି...

ହୋଇଯାଆନ୍ତୁ ସତର୍କ: ଆମେରିକାରୁ ମାଡି ଆସୁଛି ବଡ଼ ରୋଗ, ବିଶେଷଜ୍ଞ ଦେଲେ ଚେତାବନୀ

ଓ୍ବାଶିଂଟନ୍‌, ୧୯।୧୨: ସମଗ୍ର ବିଶ୍ୱରେ ବାର୍ଡ ଫ୍ଲୁ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ସ୍ପେନ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ପରବର୍ତ୍ତୀ ମହାମାରୀ...

ହଲିଉଡ ଅଭିନେତା ଟମ କ୍ରୁଜଙ୍କୁ ମିଳିଲା ଆମେରିକା ନୌସେନାର ସର୍ବୋଚ୍ଚ ସମ୍ମାନ

ଲସ ଆଞ୍ଜେଲସ,୧୯।୧୨: ଯେତେବେଳେ ଲୋକପ୍ରିୟ ହଲିଉଡ ତାରକାମାନଙ୍କ ବିଷୟରେ ଆଲୋଚନା ହୁଏ, ଟମ କ୍ରୁଜଙ୍କ ନାମ ନିଶ୍ଚିତ ଭାବରେ ଏହି ତାଲିକାରେ ଆସିଥାଏ। ସେ ନିଜେ...

ମହାକାଶରେ ଫସିଛନ୍ତି ସୁନୀତା ଓ୍ବିଲିୟମ୍ସ: ଏପ୍ରିଲ ପୂର୍ବରୁ ଫେରିପାରିବେନି

ଓ୍ବାଶିଂଟନ, ୧୯।୧୨:ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ସାଥୀ ମହାକାଶଚାରୀ ବୁଚ୍‌ ଓ୍ବିଲମୋରଙ୍କ ସହ ୬ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ...

ମାଡିଗଲାଣି ନୂଆ ଭାଇରସ୍‌, ପ୍ରବଳ ଜର ସହ ଦେଖାଯାଉଛି ଏସବୁ ଲକ୍ଷଣ

ଉଗାଣ୍ଡା,୧୯।୧୨: ପୁଣି ଥରେ ବିଶ୍ୱବାସୀଙ୍କୁ ଡରାଇଲାଣି ଏକ ନୂଆ ଭାଇରସ। ଏହି ଜୀବାଣୁର ନାମ ହେଉଛି ଡିଙ୍ଗା-ଡିଙ୍ଗା। ଏହାର ଅର୍ଥ ହେଉଛି‘ ନୃତ୍ୟ ପରି ଗତି...

ଖୁବ ଶୀଘ୍ର ପୃଥିବୀରେ ଓହ୍ଲାଇବ ସୂର୍ଯ୍ୟ! ୨୪ ଘଣ୍ଟା ରହିବ ଆଲୋକ, ଜାଣନ୍ତୁ ନ୍ୟୁକ୍ଲିୟର ଫ୍ୟୁଜନ ପ୍ଲାନ କ’ଣ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୯।୧୨: ଆମେ ସୌର ଶକ୍ତି ଏବଂ ଆଣବିକ ଶକ୍ତି ବିଷୟରେ ବହୁତ କିଛି ଦେଖିଛୁ ଏବଂ ଶୁଣିଛୁ, କିନ୍ତୁ ଖୁବ ଶୀଘ୍ର ହାଇଡ୍ରୋଜେନ ଆଧାରିତ ଶକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri