ଫେବୃୟାରୀ ୧୪ରେ ଲାଲ୍‌ ସିଂ ଚଢ଼ା…

ମୁମ୍ବାଇ,୨୬।୯: ଆମିର ଖାଁଙ୍କର ଫିଲ୍ମ ଲାଲ୍‌ ସିଂ ଚଢ଼ାର ରିଲିଜ୍‌ ତାରିଖ ଘୁଞ୍ଚିବାରେ ଲାଗିଛି। ଏବେ ଆମିର ଟୁଇଟ୍‌ କରି ଫିଲ୍ମଟି ୨୦୨୨ ଫେବୃୟାରୀ ୧୪ ଭାଲେଣ୍ଟାଇନ୍‌ ଡେ’ରେ ହେବ ବୋଲି ସୂଚନା ଦେଇଛନ୍ତି। ସରକାର ଅକ୍ଟେବାର ୨୨ରେ ସିନେମା ଖୋଲାଯିବା ନେଇ ସୂଚନା ଦେଇଛନ୍ତି।

ତେଣୁ ଫିଲ୍ମର ରିଳିଜ୍‌ ତାରିଖକୁ ପୁଣି ଘୁଞ୍ଚାଇ ଦିଆଯାଇଥିବା ଆମିର କହିଛନ୍ତି। ପୂର୍ବରୁ ଫିଲ୍ମଟି ବଡ଼ଦିନ ଅବସରରେ ରିଲିଜ୍‌ ହେବ ବୋଲି ଆମିର କହିଥିଲେ। ମହାମାରୀ ଯୋଗୁ ଫିଲ୍ମର ରିଲିଜ୍‌ ତାରିଖରେ ପରିବର୍ତ୍ତନ ହୋଇଥିବା ସେ କହିଛନ୍ତି।

ଏହି ଫିଲ୍ମ ମାଧ୍ୟମରେ ସାଉଥ୍‌ ଷ୍ଟାର ନାଗା ଚୈତନ୍ୟା ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମରେ କରିନା କପୁର ଖାଁ, ମୋନା ସିଂ ମଧ୍ୟ ଅଭିନୟ କରିଛନ୍ତି।

Share