ଭୋପାଳ, ୨୧।୭: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କର ମଙ୍ଗଳବାର ଭୋର୍ ୫ଟା ୩୫ରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲେ। ସେ ଜୁନ ୧୨ ଠାରୁ ଲକ୍ଷ୍ନୌସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଲିଭର ସମସ୍ୟା ସହିତ ପରିସ୍ରା ହେବାରେ ଅସୁବିଧା ହେଉଥିବାରୁ ତାଙ୍କର ଚିକିତ୍ସା ଗତ ୪୦ ଦିନ ଧରି ଜାରି ରହିଥିଲା।ତାଙ୍କର ମୃତ୍ୟୁ ସମ୍ପର୍କରେ ପୁଅ ଆଶୁତୋଷ ଟଣ୍ଡନ ଟୁଇଟ୍ କରି ସୂଚନା ଦେଇଛନ୍ତି। ଭେଣ୍ଟିଲେଟରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଆଶୁତୋଷ କହିଛନ୍ତି। ରାଜନୈତିକ ଜୀବନରେ ସେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଏବଂ ମାୟାବତୀଙ୍କ ସରକାରରେ ମନ୍ତ୍ରୀଭାବେ କାର୍ଯ୍ୟ କରିଥିଲେ।