ପାଟନା,୨୬।୧୨: ବିହାରର ରାଜନୀତିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ ଇସ୍ତଫା ଦେଇପାରନ୍ତି। ୨୯ ଡିସେମ୍ବରରେ ହେବାକୁ ଥିବା ଜାତୀୟ ପରିଷଦ ବୈଠକ ପୂର୍ବରୁ ଲଲନ ସିଂ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଉଛି। ସୂଚନାନୁସାରେ, ଲଲନ ସିଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କଠାରେ ତାଙ୍କୁ ଜାତୀୟ ପଦବୀରୁ ମୁକ୍ତ କରିବାକୁ ଅନୁରୋଧ କରିଥିଲେ। ତେବେ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ନୀତୀଶ କୁମାର ତାଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିବାକୁ କହିଥିଲେ।
ଖବର ରହିଛି ଯେ, ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ ଏହି ପଦ ଛାଡିବାକୁ ଜିଦ୍ ଧରିଛନ୍ତି। ଏଭଳି ପରିସ୍ଥିତିରେ ଲଲନ ସିଂଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ନିଜେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି କିମ୍ବା ସେ ତାଙ୍କର ଜଣେ ବିଶ୍ୱାସୀଙ୍କୁ ଏହି ପଦବୀ ଦେଇପାରନ୍ତି।