Categories: ବାଣିଜ୍ୟ

ଲାଲଚାନ୍ଦ୍‌ ଆଣିଲା ସ୍ବତନ୍ତ୍ର ରୁପା ମୁଦ୍ରା ‘ଶ୍ରୀରାମ ଦରବାର’

ଭୁବନେଶ୍ୱର,୨୧।୧ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ତଥା ପୂର୍ବଭାରତର ସର୍ବାଧିକ ଲୋକପ୍ରିୟ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ‘ଶ୍ରୀରାମ ଦରବାର’ ସ୍ବତନ୍ତ୍ର ସଂସ୍କରଣ ରୁପା ମୁଦ୍ରାର ଉନ୍ମୋଚନ ସହ ବିକ୍ରୟ ପାଇଁ ମଧ୍ୟ ଉପଲବ୍ଧ କରାଯାଇଛି। ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ନବନିର୍ମିତ ଭବ୍ୟ ଓ ଦିବ୍ୟ ରାମମନ୍ଦିର ଏବଂ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ‘ଶ୍ରୀରାମ ଦରବାର’ ସ୍ବତନ୍ତ୍ର ସଂସ୍କରଣ ରୁପା ମୁଦ୍ରା’ର ଡିଜାଇନ କରାଯାଇଛି। ଏପରିକି ଏହି ବିଶେଷ ମୁଦ୍ରା ଲାଲଚାନ୍ଦ୍‌ ଜୁଏଲର୍ସର ରଘୁନାଥପୁର, କଟକ ଏବଂ ବ୍ରହ୍ମପୁରସ୍ଥିତ ଶୋ’ରୁମ୍‌ ଆଦିରେ ଉପଲବ୍ଧ। ସେହିଭଳି ଏହି ଗୋଲାକାର ଓ ବର୍ଗାକାର ରୁପା ମୁଦ୍ରାରେ ପ୍ରଭୁ ଶ୍ରୀରାମ,ଦେବୀ ସୀତାଙ୍କ ସମେତ ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏବଂ ହନୁମାନଙ୍କ ଚିତ୍ର ଅଙ୍କିତ ହୋଇଛି। ହଲ୍‌ମାର୍କ ଯୁକ୍ତ ୯୯୯ଶୁଦ୍ଧତା ବିଶିଷ୍ଟ ସ୍ବତନ୍ତ୍ର ଶୈଳୀରେ ନିର୍ମିତ ଉକ୍ତ ମୁଦ୍ରା ୧୦ ଗ୍ରାମରୁ ଆରମ୍ଭକରି ୧୦୦ଗ୍ରାମ ପର୍ଯ୍ୟନ୍ତ ଉପରୋକ୍ତ ଶୋରୁମ୍‌ଗୁଡିକରେ ଉପଲବ୍ଧ। ଏହି ସ୍ବତନ୍ତ୍ର ରୁପା ମୁଦ୍ରାକୁ ଗ୍ରାହକମାନେ କ୍ରୟ (କିଣି) କରି ଏକ ଦିବ୍ୟ ଅନୁଭୂତି ଲାଭ କରିବା ସହ ବହୁ ପ୍ରତୀକ୍ଷିତ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ସ୍ମରଣୀୟ କରିପାରିବେ।

ଏ ସମ୍ପର୍କରେ ଲାଲଚାନ୍ଦ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଥିଲେ, ଦୀର୍ଘ ବର୍ଷ ପରେ ଜନ୍ମଭୂମି ଅଯୋଧ୍ୟାକୁ ଶ୍ରୀରାମଲଲାଙ୍କ ଆଗମନ ଏବଂ ଭବ୍ୟ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ଲାଲଚାନ୍ଦ୍‌ର ସମସ୍ତ ଗ୍ରାହକ ଏବଂ ରାମଭକ୍ତଙ୍କୁ ହଂସ ଶୁଭକାମନା ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, ଲାଲଚାନ୍ଦ୍‌ ଜୁଏଲର୍ସର କଟକ ଶୋ’ରୁମ୍‌ (ଷ୍ଟୋର୍‌) ର କର୍ମଚାରୀଙ୍କ ଦ୍ୱାରା ଏକ ସୁନ୍ଦର ରଙ୍ଗୋଲି ଅଙ୍କାଯାଇ ପ୍ରଭୁ ଶ୍ରୀରାମ ଲାଲାଙ୍କୁ ସ୍ବାଗତ କରାଯାଇଛି।

Share