Categories: ବାଣିଜ୍ୟ

ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ‘ଏଣ୍ଡ୍‌ ଅଫ୍‌ ଇୟର’ ଅଫର

ଭୁବନେଶ୍ୱର,୨୮।୧୨(ଅଭୟ ଦାଶ): ପୂର୍ବଭାରତର ଲୋକପ୍ରିୟ ଅଳଙ୍କାର ପ୍ରତିଷ୍ଠାନ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ‘ଏଣ୍ଡ୍‌ ଅଫ୍‌ ଇୟର’ ଅଫରର ଶୁଭାରମ୍ଭ ହୋଇଯାଇଛି। ୨୦୨୩କୁ ମେଲାଣି ଏବଂ ନବବର୍ଷ ୨୦୨୪କୁ ସ୍ବାଗତ ସହ ବର୍ଷପୂର୍ତ୍ତି ମଉଜକୁ ଦ୍ୱିଗୁଣିତ କରିବା ପାଇଁ ସୁନା, ରୁପା ଏବଂ ହୀରାର ସର୍ବୋତ୍କୃଷ୍ଟ ସଂଗ୍ରହରେ ଲାଲ୍‌ଚାନ୍ଦ୍‌ ଅନେକ ଆକର୍ଷଣୀୟ ଅଫର ପ୍ରଦାନ କରୁଛି। ଏଠାରେ ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନାଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍‌ ପିଛା ଫ୍ଲାଟ୍‌ ୬୯୯ ଟଙ୍କା ରଖାଯାଇଛି। ନୂତନ ବର୍ଷ ସହ ଆଗାମୀ ଉତ୍ସବ ଋତୁକୁ ଧ୍ୟାନରେ ରଖି ଏହି ‘ଏଣ୍ଡ୍‌ ଅଫ୍‌ ଇୟର’ ଅଫରରେ ଗ୍ରାହକଙ୍କୁ ହୀରା ମୂଲ୍ୟ ଉପରେ ଫ୍ଲାଟ୍‌ ୨୦%, ନିର୍ଦ୍ଦିଷ୍ଟ ହାତଘଣ୍ଟା ବ୍ରାଣ୍ଡ୍‌ଗୁଡ଼ିକ ଉପରେ ଫ୍ଲାଟ୍‌ ୨୦%, ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୫୦% ଏବଂ ବ୍ରାଣ୍ଡେଡ୍‌ ଆଇଟମ୍‌ ଉପରେ ଫ୍ଲାଟ୍‌ ୧୫% ରିହାତି ପ୍ରଦାନ କରାଯାଉଛି। ଏହି ଅଫର କେବଳ ୨୦୨୪ ଜାନୁୟାରୀ ୧ ପର୍ଯ୍ୟନ୍ତ ଉପଲବ୍ଧ। ଲାଲ୍‌ଚାନ୍ଦ୍‌ର ପ୍ରତ୍ୟେକ ଶୋ’ରୁମ୍‌ରେ ବିଆଇଏସ୍‌ ହଲ୍‌ମାର୍କଯୁକ୍ତ ପୁରୁଣା ସୁନାର ଏକ୍ସଚେଞ୍ଜ ଉପରେ ୧୦୦% ସୁନା ମୂଲ୍ୟ ମିଳୁଥିବା ନେଇ ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଏସ୍‌ବିଆଇ କାର୍ଡ ଉପଭୋକ୍ତା ପାଇଁ ଲାଲ୍‌ଚାନ୍ଦ୍‌ର ସମସ୍ତ ଷ୍ଟୋରରେ ୫% ଏକ୍ସଟ୍ରା କ୍ୟାଶ୍‌ ବ୍ୟାକ୍‌ ଅଫର ପ୍ରଦାନ କରାଯାଉଛି। ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ସର୍ବଦା ଗ୍ରାହକଙ୍କ ହିତ ଓ ସତ୍ୟତାକୁ ଅଗ୍ରାଧିକାର ଦେଇ ଦୀର୍ଘ ୩୫ବର୍ଷ ଧରି ମିଡିଆ ସଚେତନତା ଅଭିଯାନ ଚଳାଇ ଆସୁଛି। ସୁନାର ଗୁଣବତ୍ତା ସହ ଲାଲ୍‌ଚାନ୍ଦ୍‌ ଗ୍ରାହକଙ୍କୁ ‘ଅପ୍‌-ଟୁ’ ସ୍କାମ୍‌ ଏବଂ ସର୍ତ୍ତମୂଳକ କିମ୍ବା ବିଭ୍ରାନ୍ତି କର ଅଫରରୁ ଦୂରେଇ ରହିବା ନେଇ ସଚେତନ କରିଆସୁଛି। ଏଥିସହ ସର୍ବଦା ଫ୍ଲାଟ୍‌ ଓ ସ୍ବଚ୍ଛ ଗଢ଼ା ମଜୁରିକୁ ଚୟନ କରିବା ପାଇଁ ଗ୍ରାହକଙ୍କୁ ପରାମର୍ଶ ଦେଇ ଆସୁଛି। କେବଳ ସେତିକି ନୁହେଁ, ଭୁବନେଶ୍ୱରର ଗ୍ରାହକଙ୍କ ସୁବିଧା ପାଇଁ ମାଷ୍ଟର କ୍ୟାଣ୍ଟିନ୍‌ ଶୋ’ରୁମ୍‌ର ପଛପାର୍ଶ୍ୱସ୍ଥ ନୂତନ ଦ୍ୱାରଠାରେ ପର୍ଯ୍ୟାପ୍ତ ପାର୍କିର ସୁବ୍ୟବସ୍ଥା ସହ ସମ୍ମୁଖ ଦ୍ୱାର ନିକଟରେ ଭାଲେଟ ପାର୍କିଂର ବ୍ୟବସ୍ଥା ରହିଛି।

Share