Categories: ବାଣିଜ୍ୟ

ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ମନ୍‌ସୁନ୍‌ ସେଲ୍‌

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପୂର୍ବ ଭାରତର ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ବହୁ ପ୍ରତୀକ୍ଷିତ ଅଫର ‘ମନ୍‌ସୁନ୍‌ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବର୍ତ୍ତମାନ ସାରା ଓଡ଼ିଶାରେ ମୌସୁମୀ (ବର୍ଷାଋତୁ) ଜାରି ରହିଛି। ମୌସୁମୀକୁ ସ୍ମରଣୀୟ କରିବା ପାଇଁ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ମନ୍‌ସୁନ୍‌ ସେଲ୍‌ର ଅଫର ଆରମ୍ଭ ହୋଇଛି। ବିଶେଷକରି ସୁନା, ରୁପା ଏବଂ ହୀରାର ସର୍ବୋତ୍କୃଷ୍ଟ ସଂଗ୍ରହ ଉପରେ ଲାଲ୍‌ଚାନ୍ଦ୍‌ ଆକର୍ଷଣୀୟ ଅଫରର ବର୍ଷା କରିଛି। ଏହି କ୍ରମରେ ବ୍ରାଣ୍ଡ୍‌ର ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନାଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍‌ ପିଛା ଫ୍ଲାଟ୍‌ ୯୯୯ ଟଙ୍କା ରହିଥିବା ବେଳେ ହୀରା ଗହଣାର ଗଢ଼ା ମୂଲ୍ୟକୁ ମଧ୍ୟ ଛାଡ଼ କରାଯାଇଛି। ଏହା ସହ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୪୦% ରିହାତି ଥିଲାବେଳେ ନିର୍ଦ୍ଦିଷ୍ଟ ହାତଘଣ୍ଟା ବ୍ରାଣ୍ଡ୍‌ର ଏମ୍‌ଆର୍‌ପି ଉପରେ ଫ୍ଲାଟ୍‌ ୨୦% ଏବଂ ବ୍ରାଣ୍ଡେଡ୍‌ ଆଇଟମ୍‌ର ମୂଲ୍ୟ ଉପରେ ଫ୍ଲାଟ୍‌ ୧୫% ରିହାତି ଦିଆଯାଉଛି।
ସେହିଭଳି ମନ୍‌ସୁନ୍‌ ସେଲ୍‌ର ଅନ୍ୟ ଏକ ଆକର୍ଷଣୀୟ ଅଫର ମଧ୍ୟରେ ୧.୫ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣାର ପ୍ରତ୍ୟେକ କ୍ରୟ ଉପରେ ୧୦୦ ମିଲିଗ୍ରାମ୍‌ର ସ୍ବର୍ଣ୍ଣ ମୁଦ୍ରା ମାଗଣା ପ୍ରଦାନ କରାଯାଉଥିବା ଲାଲ୍‌ଚାନ୍ଦ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହ ଲାଲ୍‌ଚାନ୍ଦ୍‌ର ପ୍ରତ୍ୟେକ ଶୋ’ରୁମ୍‌ରେ ବିଆଇଏସ୍‌ ହଲ୍‌ମାର୍କଯୁକ୍ତ ପୁରୁଣା ସୁନାର ଏକ୍ସଚେଞ୍ଜ ଉପରେ ୧୦୦% ସୁନା ମୂଲ୍ୟ ମିଳୁଥିବାବେଳେ ପୂର୍ବ ଭାରତର ଅଳଙ୍କାର ବଜାରରେ ଲାଲ୍‌ଚାନ୍ଦ୍‌ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନାଗହଣା ଉପରେ ସର୍ବନିମ୍ନ ଗଢ଼ା ମୂଲ୍ୟ ଅଫର ପ୍ରଦାନ କରାଯାଉଛି। ଅପରପକ୍ଷରେ ଅନ୍ୟ ଜୁଏଲର୍ସମାନେ ୧୫୦୦ ରୁ ୨୨୦୦ ଟଙ୍କା ପର୍ଯ୍ୟନ୍ତ ଗଢ଼ା ମଜୁରି ନେଉଛନ୍ତି।
ଭୁବନେଶ୍ୱର, ବ୍ରହ୍ମପୁର, କଟକ ଓ ନୂଆଦିଲ୍ଲୀର ଅଳଙ୍କାର ବଜାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଲାଲ୍‌ଚାନ୍ଦ୍‌ ସର୍ବଦା ଗ୍ରାହକଙ୍କ ସଚେତନ ପାଇଁ ମିଡିଆ କ୍ୟାମ୍ପେନ୍‌ ଚଳାଇ ଆସୁଛି।

Share