Categories: ବାଣିଜ୍ୟ

ସୀମା ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ଲାଲ୍‌ଚାନ୍ଦ୍‌ର ପ୍ରଶଂସା

ଭୁବନେଶ୍ୱର, ୨୫।୭: ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ସୁନା ଆମଦାନୀ ଶୁକ୍ଳ ହ୍ରାସ କରିଛନ୍ତି। ଏପରିକି ସୀମା ଶୁଳ୍କ ୧୫% ରୁ ୬%କୁ ହ୍ରାସ କରିବାକୁ ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ଆଗତ ୨୦୨୪-୨୫ କେନ୍ଦ୍ରୀୟ ବଜେଟରେ ଏହା ଘୋଷଣା କରିଛନ୍ତି। ଫଳରେ ସୁନା ଦର ଶସ୍ତା ହେବା ସହ ସୁନା ଚୋରାଚାଲାଣ ମଧ୍ୟ ବନ୍ଦ ହୋଇଯିବ। ଏହାଦ୍ୱାରା ନିୟମ ମାନୁଥିବା ତଥା ସାଧୁତାର ସହ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ବେଶ୍‌ ଉପକୃତ ହେବେ ବୋଲି ପୂର୍ବ ଭାରତର ସର୍ବବୃହତ୍‌ ଅଳଙ୍କାର ଶୋ’ରୁମ୍‌ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ହଂସ କହିଛନ୍ତି। ସେହିଭଳି ଅଳଙ୍କାର ଶିଳ୍ପ କଞ୍ଚାମାଲ ଉପରେ ନିର୍ଭରଶୀଳ ଥିଲାବେଳେ ଅର୍ଥମନ୍ତ୍ରୀଙ୍କ ଏହି ପ୍ରସ୍ତାବ ଦ୍ୱାରା ଘରୋଇ ବଜାରରେ ସୁନାର ମୂଲ୍ୟ ହ୍ରାସ ହେବା ସହ ଚାହିଦାରେ ମଧ୍ୟ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ସେହିପରି ଅର୍ଥନୈତିକ ମନ୍ଥରତା, ଭୂରାଜନୈତିକ ଅସ୍ଥିରତା ଏବଂ ମୁଦ୍ରା ମୂଲ୍ୟ ହ୍ରାସ ଭଳି ସ୍ଥିତିରେ ସୁନା ନିବେଶକମାନଙ୍କୁ ସୁରକ୍ଷା ଦେଇଥାଏ। ତେଣୁ ବର୍ତ୍ତମାନ ସୁନା ମୂଲ୍ୟରେ ହ୍ରାସ ଘଟିବା ସୁନା କିଣିବା ପାଇଁ ଏକ ଉତ୍ତମ ସମୟ ବୋଲି ହଂସ କହିଛନ୍ତି। ଉଲ୍ଲେଖଯୋଗ୍ୟ, ସଂସଦରେ ଆଗତ ୨୦୨୪-୨୫ କେନ୍ଦ୍ରୀୟ ବଜେଟରେ ସୁନା, ରୁପା ଏବଂ ପ୍ଲାଟିନମ୍‌ ଆଦି ଉପରେ ସୀମା ଶୁକ୍ଳ ହ୍ରାସ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଘୋଷଣାକୁ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ପ୍ରଶଂସା କରାଯିବା ସହ ଏହା ଏକ ମହାନ୍‌ ଏବଂ ସମୟୋଚିତ ପଦକ୍ଷେପ ବୋଲି କୁହାଯାଇଛି।

Share