Categories: ବାଣିଜ୍ୟ

ଲାଲ୍‌ଚାନ୍ଦର କୌନ୍‌ ବନେଗା ଲକ୍ଷପତି ଲକି ଡ୍ର

ଭୁବନେଶ୍ୱର,୨୯।୧୦(ଅନୁରାଧା ମହାରଣା): ଲାଲ୍‌ଚାନ୍ଦର ମାଷ୍ଟରକ୍ୟାଣ୍ଟିନ୍‌ ଓ ରଘୁନାଥପୁର ଷ୍ଟୋର ପାଇଁ କୌନ୍‌ ବନେଗା ଲକ୍ଷପତି ଲକି ଡ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଏକ ହୋଟେଲରେ ୨ଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଲକି ଡ୍ର ମାଧ୍ୟମରେ ୨ଜଣ କାର୍‌ ଜିତିଥିବାବେଳେ ୪ଜଣ ବାଇକ୍‌ ଏବଂ ୧୬ଜଣ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି। କାର୍ଯ୍ୟକ୍ରମର ପ୍ରଥମ ଦିନରେ ମାଷ୍ଟରକ୍ୟାଣ୍ଟିନ୍‌ ଷ୍ଟୋରର ଗ୍ରାହକ ତଥା ନୟାପଲ୍ଲୀର ଜ୍ୟୋତ୍ସ୍ନାରାଣୀ ମହନ୍ତ ଏକ କାର୍‌ ଜିତିଥିବାବେଳେ ବି. ପାତ୍ର ଏବଂ ରୁନୁବାଳା ସାହୁ ବାଇକ୍‌ ଏବଂ ୮ ଜଣ ୧ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଜିତିଛନ୍ତି। ବିଜେତାଙ୍କ ମଧ୍ୟରେ କେନ୍ଦୁଝର, ଖୋର୍ଦ୍ଧା, ଜଟଣୀ, ବାରଙ୍ଗ ଅଞ୍ଚଳର ବ୍ୟକ୍ତିଙ୍କ ନାମ ଥିବାବେଳେ ଖଣ୍ଡଗିରି ଅଞ୍ଚଳର ରୋଜାଲିନ୍‌ ମହାପାତ୍ର କାର୍ଯ୍ୟକ୍ରମରେ ପହଞ୍ଚତ୍ ଅତିଥିଙ୍କଠାରୁ ଚେକ୍‌ ଗ୍ରହଣ କରିଥିଲେ। ଦ୍ୱିତୀୟ ଦିନରେ ରଘୁନାଥପୁର ଷ୍ଟୋରର ଗ୍ରାହକ ତଥା ଢେଙ୍କାନାଳର ନିବେଦିତା ପଟ୍ଟନାୟକ କାର୍‌ ଜିତିଥିବାବେଳେ ଭୁବନେଶ୍ୱରର ରାଜେଶ ଶତପଥୀ ଏବଂ କଲ୍ୟାଣୀ ସିଂହ ଗୋଟିଏ ଗୋଟିଏ ବାଇକ୍‌ ଜିତିଥିଲେ। ସେହିପରି କଟକ, ଭୁବନେଶ୍ୱର, ନୟାଗଡ଼, ସୁକିନ୍ଦା, ଜଗତ୍‌ସିଂହପୁର ଆଦି ଅଞ୍ଚଳର ୮ଜଣ ଗ୍ରାହକ ୧ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଜିତିଥିଲେ।
କାର୍ଯ୍ୟକ୍ରମରେ ଲାଲ୍‌ଚାନ୍ଦର ପ୍ରତିଷ୍ଠାତା ସଞ୍ଜୟ ହଂସଙ୍କ ସମେତ ଓଲିଉଡ୍‌ ଅଭିନେତା କୁନା ତ୍ରିପାଠୀ, ଅଭିନେତା ଆକାଶ ଦାସନାୟକ, ଅଭିନେତ୍ରୀ ଭୂମିକା ଦାଶ ପ୍ରମୁଖ ଉପସ୍ଥିତ ଥିଲେ। କରୋନା ମହାମାରୀ କାରଣରୁ ୨୦୧୯ଠାରୁ କୌନ୍‌ ବନେଗା ଲକ୍ଷପତି ଲକି ଡ୍ର କାର୍ଯ୍ୟକ୍ରମ ହୋଇପାରି ନ ଥିବାବେଳେ ବର୍ତ୍ତମାନ ଏହି କାର୍ଯ୍ୟକ୍ରମ କରାଯାଇଥିବା ହଂସ ସୂଚନା ଦେଇଥିଲେ । ଗ୍ରାହକମାନେ କିପରି ଠକାମିର ଶିକାର ନ ହୋଇ ଠିକ୍‌ ମୂଲ୍ୟରେ ଶୁଦ୍ଧ ଗହଣା କିଣିପାରିବେ ସେ ଦିଗରେ ଆଲୋଚନା କରିଥିଲେ। ଏହାସହ ଦୀପାବଳି ପାଇଁ ସ୍ବତନ୍ତ୍ର ଅଫର ମଧ୍ୟ ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଗ୍ରାହକଙ୍କ ମଧ୍ୟରେ ସ୍ବତନ୍ତ୍ରଭାବେ ଲକି ଡ୍ର କରାଯାଇଥିଲା। ଏଥିରେ ଗ୍ରାହକ ଯାଜ୍ଞସେନୀ ପଣ୍ଡାଙ୍କୁ ମଧ୍ୟ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ଚେକ୍‌ ଆକାରରେ ପ୍ରଦାନ କରାଯାଇଥିଲା। ଗ୍ରାହକମାନେ ଗହଣା କିଣିବା ସମୟରେ ସଂଗ୍ରହ କରିଥିବା କୁପନଗୁଡ଼ିକ ମଧ୍ୟରୁ ଏହି ନାମ ଘୋଷଣା ହୋଇଥିଲା। କୁନା ତ୍ରିପାଠୀ ମଜାଳିଆ ଢଙ୍ଗରେ ନାମଗୁଡ଼ିକ ଘୋଷଣା କରିବା ସହ ସମ୍ପୃକ୍ତ ବିଜେତାଙ୍କୁ ଯୋଗାଯୋଗ କରାଯାଇଥିଲା। ରବିବାର କଟକ ଷ୍ଟୋର ପାଇଁ ଲକି ଡ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Share