Categories: ବାଣିଜ୍ୟ

କଟକରେ ଲାଲଚାନ୍ଦର ୨ୟ ଶୋ’ରୁମ୍‌

ଭୁବନେଶ୍ୱର,୨୭।୫(ଅଭୟ ଦାଶ): ଲାଲଚାନ୍ଦ ଜୁଏଲର୍ସର ନୂତନ ତଥା ୨ୟ ଶୋ’ରୁମ ରବିବାର କଟକର ସିଡିଏସ୍ଥିତ ସେକ୍ଟର୬ଠାରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲାଲଚନ୍ଦ୍‌ ଗ୍ରୁପ୍‌ର ଫାଉଣ୍ଡର ଚେୟାର୍‌ମ୍ୟାନ୍‌ ସଂଜୟ ହଂସ, ଲାଲଚାନ୍ଦ୍‌ ଜେମ୍‌ସ୍‌ର ମୁଖ୍ୟ ଅନ୍‌ଭିତା ହଂସ, ଲାଲଚାନ୍ଦ୍‌ ଜୁଏଲର୍ସ ନର୍ଥ ଇଣ୍ଡିଆର ମୁଖ୍ୟ ପଲକ୍‌ ହଂସ ସେନ୍‌ଙ୍କ ସମେତ ବରିଷ୍ଠ ଚାର୍ଟାଡ୍‌ ଆକାଉଣ୍ଟାଟ୍‌ ଏ.କେ.ସାବତ୍‌ ଏବଂ ଓଲିଉଡ୍‌ ଅଭିନେତ୍ରୀ ଭୂମିକା ଦାସ ପ୍ରମୁଖ ଉପସ୍ଥିତି ଥିଲେ।

ଏ ସମ୍ପର୍କରେ ଲାଲଚାନ୍ଦ୍‌ ଗ୍ରୁପ୍‌ର ଫାଉଣ୍ଡର୍‌ ଚେୟାରମ୍ୟାନ୍‌ ସଞ୍ଜୟ ହଂସ କହିଥିଲେ, ଐତିହାସିକ ସହର କଟକରେ ଥିବା ଆମର ପ୍ରଥମ ଶୋ’ରୁମ୍‌ ପ୍ରତି ଲୋକଙ୍କ ଭଲପାଇବା ଏବଂ ବଢୁଥିବା ଗ୍ରାହକ ଚାହିଦାକୁ ଦୃଷ୍ଟିରେ ରଖି କଟକରେ ବ୍ରାଣ୍ଡର ଆଉ ଏକ ଶୋ’ରୁମ୍‌ର ପରିକଳ୍ପନା କରାଯାଇଥିଲା।

Share